Categories: ଜାତୀୟ

ମିଶନ ଗଗନୟାନ: ତ୍ରୁଟି ସୁଧାରିଲା ଇସ୍ରୋ, ସଫଳତାର ସହ ପରୀକ୍ଷା ହେଲା ଗଗନୟାନ

ନୂଆଦିଲ୍ଲୀ,୨୧।୧୦: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO)ର ପ୍ରଥମ ମହାକାଶ ମିଶନ ଗଗନୟାନ ମିଶନ ସଫଳତାର ସହ ପରୀକ୍ଷଣ ହୋଇଛି। ବୈଷୟିକ ତ୍ରୁଟି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା ବୋଲି ଇସ୍ରୋ ମୁଖ୍ୟ ଏସ ସୋମନାଥନ ସୂଚନା ଦେଇଥିଲେ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ଲଞ୍ଚ ପ୍ୟାଡରୁ ଦିନ ୧୦ଟାରେ ଗଗନାୟାନ କ୍ରୁ ମଡ୍ୟୁଲର ସଫଳ ପରୀକ୍ଷଣ କରାଯାଇଛି। ଇସ୍ରୋ ଓ୍ବେବସାଇଟ ଓ ୟୁଟ୍ୟୁବରେ ଏନେଇ ସିଧାପ୍ରସାରଣ ହୋଇଛି।

ସୂଚନାଯୋଗ୍ୟ, ଭାରତର ମହାକାଶ ମିଶନ ଗଗନୟାନ ୨୦୨୫ ଆରମ୍ଭ ସୁଦ୍ଧା ମହାକାଶକୁ ପଠାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ମିଶନରେ ମଣିଷକୁ ମହାକାଶକୁ ପଠାଇବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏଥିପାଇଁ ମୋଟ ୬ଟି ପରୀକ୍ଷଣ ହେବ। ତେବେ ଆଜି ହେଉଛି ଏହାର ପ୍ରଥମ ପରୀକ୍ଷଣ।

Share