Categories: ଜାତୀୟ

୨୦୨୪ରେ ଉତ୍‌କ୍ଷେପଣ ହେବ ଗଗନୟାନ…

ନୂଆଦିଲ୍ଲୀ,୨୨।୧୨ : ମହାକାଶକୁ ଭାରତର ପ୍ରଥମ ମାନବ ମିଶନ ଗଗନୟାନ ୨୦୨୪ ରେ ଉତ୍‌କ୍ଷେପଣ ହେବାର ସମ୍ଭାବନା ଅଛି । କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ ଲୋକ ସଭାରେ କହିଛନ୍ତି ଯେ ଗଗନୟାନ ମିଶନ ଯାଉଥିବା ମହାକାଶଚାରୀମାନେ ବେଙ୍ଗାଲୁରୁରେ ନିର୍ଦ୍ଦିଷ୍ଟ ତାଲିମ ଗ୍ରହଣ କରୁଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ୨୦୨୩ ର ଶେଷ ତ୍ରୟମାସିକରେ ମାନବବିହୀନ ଜି-୧ ମିଶନ ଆରମ୍ଭ ହେବାକୁ ଲକ୍ଷ୍ୟ ରଖାଯାଇଛି, ଏବଂ ପରେ ୨୦୨୪ର ଦ୍ୱିତୀୟ ତ୍ରୟମାସିକରେ ଦ୍ୱିତୀୟ ମାନବବିହୀନ ’ଜି-୨ ମିଶନ ଆରମ୍ଭ ହେବ। ମାନବ ମିଶନ ୨୦୨୪ର ଚତୁର୍ଥ ତ୍ରୟମାସରେ ଆରମ୍ଭ ହେବାର ଆଶା ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

Share