ନୂଆଦିଲ୍ଲୀ,୬।୯: ଲାଞ୍ଚ ନେବା ମାମଲାରେ କେନ୍ଦ୍ରୀୟ ଅପରାଧ ତଦନ୍ତ ବ୍ୟୁରୋ(ସିବିଆଇ) ଗ୍ୟାସ୍ ଅଥରଟି ଅଫ୍ ଇଣ୍ଡିଆ ଲିମିଟେଡ୍(ଜିଏଆଇଏଲ୍)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ.ବି. ସିଂଙ୍କ ସମେତ ଅନ୍ୟ ୪ ଜଣଙ୍କୁ ଗିରଫ କରିଛି। ଦୁଇ ପାଇପ୍ ଲାଇନ ପ୍ରୋଜେକ୍ଟର କଣ୍ଟ୍ରାକ୍ଟ ଦେବା ଲାଗି ଘରୋଇ କମ୍ପାନୀଠାରୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ସିବିଆଇ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦିଲ୍ଲୀ, ମୁମ୍ବାଇ ଏବଂ ବିଶାଖାପାଟଣାରେ ଚଢ଼ାଉ କରିଛି। ଅଭିଯୁକ୍ତମାନେ ଶ୍ରୀକାକୁଲମ୍ଠାରୁ ଅନୁଗୋଳ ଏବଂ ବିଦ୍ୟାପୁର ଠାରୁ ଅୟୁରିଆ ଗ୍ୟାସ୍ ପାଇପ୍ ଲାଇନ୍ ପ୍ରୋଜେକ୍ଟର କଣ୍ଟ୍ରାକ୍ଟ ଲାଗି ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା।