ଦୁର୍ଘଟଣାର ଶିକାର ହେଲେ ଗଜପତି ଜିଲା ଅତିରିକ୍ତ ଜିଲାପାଳ

ବ୍ରହ୍ମପୁର/ପାରଳାଖେମୁଣ୍ଡି,୨୧ା୧୦(ସୁବାସ ଚନ୍ଦ୍ର ପାଢ଼ୀ/ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଅତିରିକ୍ତ ଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ଶନିବାର ସନ୍ଧ୍ୟାରେ କୌଣସି ବ୍ୟକ୍ତିଗତ କାମରେ ବ୍ରହ୍ମପୁର ଅଭିମୁଖେ ଯିବା ସମୟରେ ଆନ୍ଧ୍ରପ୍ରଦେଶ ଷୋମପେଣ୍ଠ ନିକଟରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୋଟିଏ ଟ୍ରକ୍‌କୁ ଓଭର ଟେକ୍‌ କରିବା ସମୟରେ ଏହି ଦୁର୍ଘଟଣା ଘଟିଛି। ତେବେ ପ୍ରାଥମିକ ଚିକିତ୍ସା ପାଇଁ ଅତିରିକ୍ତ ଜିଲାପାଳଙ୍କୁ ଷୋମପେଣ୍ଠ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ଏମ୍‌କେସିଜି ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Share