ଆଜି ୧୨ ଘଣ୍ଟିଆ ଗଜପତି ବନ୍ଦ

ପାରଳାଖେମୁଣ୍ଡି,୬।୧୧(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ ତେଜିବାରେ ଲାଗିଛି। ପ୍ରତିବାଦରେ ଶନିବାର ଭାଜପା ପକ୍ଷରୁ ଗଜପତି ଜିଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

ସକାଳ ୬ରୁ ସନ୍ଧ୍ୟା ୬ଟା  ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ ବୋଲି ଗଜପତି ଜିଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ କହିଛନ୍ତି। ଜିଲାର ୭ଟି ବ୍ଲକ୍‌ରେ ବସ, ଟ୍ରକ ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର, ସ୍କୁଲ କଲେଜ ଆଦି ବନ୍ଦ ରହିବ। କେବଳ ଜରୁରୀ ସେବା ଚାଲୁ ରହିବ ।

 

Share