ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଗଜପତି ମହାରାଜା କୋଭିଡ୍‌ ପଜିଟିଭ୍‌

ପୁରୀ ଅଫିସ, ୧୮।୨ ପୁରୀ ଗଜପତି କରୋନା ପଜିଟିଭ ହୋଇଛନ୍ତି। ଶନିବାର ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ଶୁକ୍ରବାର ପୁରୀ ଗଜପତି କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଛି । ଠାକୁର ଦର୍ଶନ ଆଗମନରେ ଶ୍ରୀମନ୍ଦିର ସିଂହଦ୍ୱାରଠାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଗଜପତି ମହାରାଜାଙ୍କ ଦ୍ୱାରା ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଥିଲା । ଏଥିପାଇଁ ମହାରାଜାଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିଲା । ସେ କରୋନା ପଜିଟିଭ ଆସିଥିବା ତାଙ୍କ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି ।
ଫଳରେ ମହାରାଜା କୌଣସି କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ବୋଲି କୁହାଯାଇଛି । ମହାରାଜା କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ଅନୁଭବ କରୁନଥିବା ବେଳେ କୋଭିଡ୍‌ ଲକ୍ଷଣ ବୀହିନ ରହିଛି । ତେଣୁ ସେ ୭ ଦିନ ସଙ୍ଗରୋଧରେ ରହିବେ ବୋଲି ଜଣା ପଡିଛି।

Share