ପୁରୀ ଅଫିସ, ୧।୭: ରଥରେ ମଦନମୋହନ ବିଜେ କରିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିବା ପାଇଁ ପହଞ୍ଚିଥିଲେ। ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଗଜପତି ଛେରା ପହଁରା କରିସାରିବା ପରେ ନନ୍ଦିଷେଷ ରଥରେ ଛେରାପହଁରା କରିଥିଲେ। ଷେଷରେ ଦେବୀ ସୁଭଦ୍ରାଙ୍କ ରଥରେ ଛେରାପହଁରା କରିଥିଲେ ଗଜପତି। ପରେ ଚାଳମାଳ ଫିଟାଯାଇ ଘୋଡା ପନ୍ଧାଯାଇଥିଲା।