Advertisement

୩ ରଥରେ ଛେରାପହଁରା କଲେ ଗଜପତି ମହାରାଜା

ପୁରୀ,୭ା୭: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ବଡ଼ ଦେଉଳରୁ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଆସିଛନ୍ତି କାଳିଆ ସାଆନ୍ତ। ସମସ୍ତ ନୀତିକାନ୍ତି ପରେ ଧାଡ଼ି ପହଣ୍ଡିରେ ଆସି ରଥାରୂଢ଼ ହୋଇଛନ୍ତି ୩ ଠାକୁର। ପ୍ରଥମେ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ହୋଇ ରଥାରୂଢ଼ ହୋଇଥିଲେ। ପରେ ପରେ ତିନି ଠାକୁରଙ୍କ ପହଣ୍ଡି ହୋଇ ରଥରେ ବିରାଜମାନ କରିଛନ୍ତି। ରଥାରୂଢ଼ ୩ ଠାକୁରଙ୍କୁ ଛେରାପହଁରା କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏହି ଛେରାପହଁରା କରିବା ପାଇଁ ତାନଯାନରେ ବସି ଗଜପତି ମହାରାଜା ଆସିଥିଲେ। ତାଳଧ୍ୱଜ ରଥରେ ଛେରାପହଁରା କରିବା ପରେ ନନ୍ଦିଘୋଷ ରଥ ଛେରାପହଁରା କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share