୮ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ଗଜପତି ପୋଲିସ

ମୋହନା,୨୯।୧୧( ମନ୍ମଥ ମିଶ୍ର ): ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ଜତିନ୍ଦ୍ର କୁମାର ପଣ୍ଡା ଙ୍କ ନିର୍ଦ୍ଦେଶ ରେ ଅପରେସନ ଗ୍ରୀନ କ୍ଲିନ୍‌ ଆରମ୍ଭ ହୋଇଛି। ଏହି କ୍ରମରେ ଜିଲାର ଅଡବା ଥାନା ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି। ଅଡବା ଥାନା ଅନ୍ତର୍ଗତ କେଶରୀଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡେଙ୍କାବନ୍ଧ ଗାଁ ନିକଟସ୍ଥ ଜଙ୍ଗଲ ଜମିରେ ବେଆଇନ ଭାବେ ଗଞ୍ଜେଇ ଚାଷ ହୋଇଥିବା ବିଶେଷ ସୂତ୍ରରୁ ଗଜପତି ପୋଲିସ ଖବର ପାଇଥିଲା। ପରେ ଜିଲା ଅବକାରୀ ଅଧିକ୍ଷକ ପ୍ରଶାନ୍ତ କୁମାର ସାହୁ,ଅଡବା ଥାନା ଅଧିକାରୀ ସୁଭ୍ରାନ୍ତ କୁମାର ପଣ୍ଡାଙ୍କ ସହ ୭ ପ୍ଲାଟୁନ୍‌ ପୋଲିସ ଫୋର୍ସ, ଅବକାରୀ ବିଭାଗ, ରାଜସ୍ବ ବିଭାଗ ସହ ବନ ବିଭାଗ ପକ୍ଷରୁ ଉକ୍ତ ଜଙ୍ଗଲରେ ଶୁକ୍ରବାର ମିଳିତ ଚଢ଼ାଉ କରାଯାଇଥିଲା। ଚଢାଉରେ ୪୧ ଏକର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଏଥିରେ ପ୍ରାୟ ୮୨୦୦୦ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ବେଳେ ଆନୁମାନିକ ବଜାର ଦର ୮ କୋଟି ଟଙ୍କା ରୁ ଉଦ୍ଧର୍‌ବ ହେବ ହେବ ବୋଲି ଅଡବା ଥାନା ଅଧିକାରୀ ସୁଭ୍ରାନ୍ତ କୁମାର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣାସ ବ୍ଲକରେ ଫଳକଭଙ୍ଗା ରାଜନୀତି

କଣାସ,୮ା୧(ବିଭୁତି ଭୂଷଣ ତ୍ରିପାଠୀ):ପୁରୀ ଜିଲା କଣାସ ବ୍ଲକର ନୂଆଜଗନ୍ନାଥ ସଡ଼କ ବାଦୁରାବର ଠାରୁ ବଡ଼ାଲ, ଗୋପୀନାଥପୁର ଦେଇ କରମଳାକୁ ସଂଯୋଗ କରୁଥିବା ରାସ୍ତାର ଶିଳାନ୍ୟାସ ଜାନୁଆରୀ...

ଭାଜପାର ମିଶ୍ରଣ ପର୍ବ:ଶତାଧିକ ବିଜେଡି ନେତା, କର୍ମୀ ଭାଜପାରେ ସାମିଲ

ବରୀ, ୮ା୧(ମହେନ୍ଦ୍ର ସ୍ବାଇଁ):ଯାଜପୁର ଜିଲା ବରୀ ବିଧାନସଭା ନିର୍ବାଚନମଣ୍ଡଳୀର ଏରବାଙ୍କ ପଞ୍ଚାୟତ ରଘୁନାଥପୁର ପଡ଼ିଆରେ ମଙ୍ଗଳବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନମଣ୍ଡଳୀର...

ଡିଜିଟାଲ ଆର୍ଟରେ ଶୀତ ମହୋତ୍ସବ ପୋଷ୍ଟର କରି ପ୍ରଂଶସା ସାଉଁଟିଲେ ନିହାର

ଦାରିଙ୍ଗବାଡି,୮।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ରେ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତା ୧୧ ରୁ ୧୩ ପର୍ଯ୍ୟନ୍ତ ଏହି ମହୋତ୍ସବ ହେବାକୁ ରହିଥିବା...

ମୀନାବଜାର ପଡ଼ିଆରେ ଧନୁଯାତ୍ରା ଏନ୍‌ଫୋର୍ସମେଣ୍ଟ କମିଟିର ଚଢ଼ାଉ

ମଥୁରାନଗରୀ,୮।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତିର ଏନ୍‌ଫୋର୍ସମେଣ୍ଟ କମିଟିର ଏକ ପ୍ରତନିଧି ଦଳ ମଙ୍ଗଳବାର ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ଲାଗିଥିବା ମୀନାବଜାର ଏବଂ ପାର୍ଶ୍ୱବର୍ତ୍ତୀ...

କଂସ ଅଭିନୟରୁ ବିରତି ନେବେ ଭୁବନେଶ୍ୱର

ମଥୁରାନଗରୀ,୮।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚଳିତଥର ବରଗଡ଼ ବ୍ଲକ ଅନ୍ତର୍ଗତ ସର୍ଲା ଗ୍ରାମର ଭୁବନେଶ୍ୱର ପ୍ରଧାନ କଂସ ଅଭିନୟ କରୁଛନ୍ତି। ଏହାପୂର୍ବରୁ ମଧ୍ୟ ସେ ବରଗଡ଼...

ବିନା ଟେଣ୍ଡରରେ ଜାଗା ଆବଣ୍ଟନ:ବଡ଼ ଡିଲ୍‌ ଅଭିଯୋଗ

ମଥୁରାନଗରୀ,୮।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବିଶ୍ୱପ୍ରସିଦ୍ଧ ଭାବେ ପରିଗଣିତ। ଏହି ମହୋତ୍ସବକୁ ମିଳୁଥିବା ସରକାରୀ ଅନୁଦାନକୁ ଏଥର ନୂଆ ଭାଜପା ସରକାର...

ରାକ୍ଷସୀ, ରାକ୍ଷସ ନିଧନରେ କଂସ ମର୍ମାହତ

ମଥୁରାନଗରୀ,୮।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ମଙ୍ଗଳବାର ପଞ୍ଚମ ଦିବସରେ ଗୋପପୁରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଏବଂ ମଥୁରାନଗରୀରେ ମଥୁରାଧିପତି କଂସଙ୍କ ଦୃଶ୍ୟାଭିନୟ ବେଶ୍‌...

ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କୁ କଂସ ମହାରାଜାଙ୍କ କଡ଼ା ନିର୍ଦେଶ

ବରଗଡ଼,୭।୧: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କୁ କଂସ ମହାରାଜାଙ୍କ କଡ଼ା ନିର୍ଦେଶ ଦେଇଛନ୍ତି। ମଥୁରା ନଗରବାସୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri