୮ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ଗଜପତି ପୋଲିସ

ମୋହନା,୨୯।୧୧( ମନ୍ମଥ ମିଶ୍ର ): ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ଜତିନ୍ଦ୍ର କୁମାର ପଣ୍ଡା ଙ୍କ ନିର୍ଦ୍ଦେଶ ରେ ଅପରେସନ ଗ୍ରୀନ କ୍ଲିନ୍‌ ଆରମ୍ଭ ହୋଇଛି। ଏହି କ୍ରମରେ ଜିଲାର ଅଡବା ଥାନା ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି। ଅଡବା ଥାନା ଅନ୍ତର୍ଗତ କେଶରୀଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡେଙ୍କାବନ୍ଧ ଗାଁ ନିକଟସ୍ଥ ଜଙ୍ଗଲ ଜମିରେ ବେଆଇନ ଭାବେ ଗଞ୍ଜେଇ ଚାଷ ହୋଇଥିବା ବିଶେଷ ସୂତ୍ରରୁ ଗଜପତି ପୋଲିସ ଖବର ପାଇଥିଲା। ପରେ ଜିଲା ଅବକାରୀ ଅଧିକ୍ଷକ ପ୍ରଶାନ୍ତ କୁମାର ସାହୁ,ଅଡବା ଥାନା ଅଧିକାରୀ ସୁଭ୍ରାନ୍ତ କୁମାର ପଣ୍ଡାଙ୍କ ସହ ୭ ପ୍ଲାଟୁନ୍‌ ପୋଲିସ ଫୋର୍ସ, ଅବକାରୀ ବିଭାଗ, ରାଜସ୍ବ ବିଭାଗ ସହ ବନ ବିଭାଗ ପକ୍ଷରୁ ଉକ୍ତ ଜଙ୍ଗଲରେ ଶୁକ୍ରବାର ମିଳିତ ଚଢ଼ାଉ କରାଯାଇଥିଲା। ଚଢାଉରେ ୪୧ ଏକର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଏଥିରେ ପ୍ରାୟ ୮୨୦୦୦ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ବେଳେ ଆନୁମାନିକ ବଜାର ଦର ୮ କୋଟି ଟଙ୍କା ରୁ ଉଦ୍ଧର୍‌ବ ହେବ ହେବ ବୋଲି ଅଡବା ଥାନା ଅଧିକାରୀ ସୁଭ୍ରାନ୍ତ କୁମାର ସୂଚନା ଦେଇଛନ୍ତି।

Share