ପୁରୀ ଅଫିସ,୨୨।୧୧(ବ୍ୟୁରୋ): ଗଜପତି ମହାରାଜା ଶ୍ରୀଗୁଣ୍ଡିଚା ମନ୍ଦିରର ମଙ୍ଗଳବାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିର ନାଟ ମଣ୍ଡପରେ ୪ଟି ବିମ୍ରୁ ଗୋଟିଏ ବିମ୍ ଓ ୩ଟି କଲମରେ ଫାଟ ସୃଷ୍ଟି ହୋଇଥିବା ବେଳେ ତାହାକୁ ୨ ମାସ ମଧ୍ୟରେ ମରାମତି କାମ ସାରିବା ପାଇଁ ନିଷ୍ପତ୍ତି ହୋଇଥିଲା । କାର୍ଯ୍ୟକୁ କିଭଳି ତ୍ୱରାନ୍ବିତ କରାଯିବ ଗଜପତି ମହାରାଜା ଅନୁଧ୍ୟାନ କରିଛନ୍ତି। ଗଜପତିଙ୍କ ସହ ଶ୍ରୀମନ୍ଦିର ବୈଷୟିକ ଅଧିକାରୀ, ଉନ୍ନୟନ ପ୍ରଶାସକ ପ୍ରମୁଖ ଉପସ୍ଥିତ ଥିଲେ।
ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ଫାଟ ସୃଷ୍ଟି ହେବା ସହ ବିପଦରେ ରହିଥିବା ଜଣାପଡ଼ିଥିଲା।