Advertisement

ରଥଯାତ୍ରାରେ ଗଜପତି ମହାରାଜା କରିବେ ଛେରାପହଁରା

ପୁରୀ ଅଫିସ,୬।୭: କରୋନା କଟକଣା ମଧ୍ୟରେ ସମ୍ପନ୍ନ ହେବ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ତେବେ ଏଥିରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିବା ନେଇ ନାନାଦି କଳ୍ପନାଜଳ୍ପନା କରାଯାଉଥିଲା। ମଙ୍ଗଳବାର ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଚଳିତବର୍ଷ ରଥଯାତ୍ରାରେ ଗଜପତି ଛେରାପହଁରା କରିବେ ବୋଲି ସେ ନିଜେ ସୂଚନା ଦେଇଛନ୍ତି। ରଥଯାତ୍ରାକୁ ମୁଖ୍ୟ ସ୍ଥାନ ଦିଆଯାଇଛି। ଏହା ମୁଖ୍ୟ ପର୍ବ। ସ୍ନାନ ଯାତ୍ରାକୁ ନ ଯାଇ ରଥଯାତ୍ରାରେ ଛେରା ପହଁରା କରିବା ଲାଗି ନିଷ୍ପତ୍ତି ନେଇଛୁ। ମହାପ୍ରଭୁ ଚାହିଁଲେ ବାହୁଡ଼ାରେ ମଧ୍ୟ ଯିବୁ ବୋଲି ଗଜପତି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share