ମୋବାଇଲ ଆପ୍‌ରେ ସ୍ଲଟ ବୁକିଂ କରି ମହାପ୍ରଭୁଙ୍କୁ କରିବେ ଦର୍ଶନ! ଜାଣନ୍ତୁ କ’ଣ କହିଲେ ଗଜପତି

ଭୁବନେଶ୍ୱର,୨୭।୬: ମହାପ୍ରଭୁଙ୍କୁ ସୁବିଧାରେ ଦର୍ଶନ ବ୍ୟବସ୍ଥା ବିଷୟରେ ବଡ଼ ସୂଚନା ଦେଇଛନ୍ତି ସୂଚନା ଗଜପତି। ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, ମୋବାଇଲ ଆପ୍‌ରେ ସ୍ଲଟ ବୁକିଂ ଦ୍ୱାରା ଦର୍ଶନ ଯୋଜନା ରହିଛି। ଯେକେହି ଦର୍ଶନାର୍ଥୀ ସ୍ଲଟ ବୁକିଂ କରି ଟାଇମ ଅନୁସାରେ ଆସିବେ। ସମୟ ଅପଚୟ ହେବନି। ଦର୍ଶନାର୍ଥୀଙ୍କୁ ଆଉ ଦୀର୍ଘ ସମୟ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି ବୋଲି ଗଜପତି କହିଛନ୍ତି। ତେବେ ଏହା ଫାଇନାଲ ହୋଇନି, ପ୍ରସ୍ତାବ ଦିଆଯାଇଛି ବୋଲି ସେ କହିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ଗଜପତି ଭେଟିବେ ବୋଲି ସୂଚନା ରହିଛି।

Share