ଗଜପତିର ପ୍ରିୟଙ୍କା ପ୍ରଥମ ରନର୍ସଅପ

ପାରଳାଖେମୁଣ୍ତି, ୫।୧(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଯୁକ୍ତ ୨ ଛାତ୍ରୀ ପ୍ରିୟଙ୍କା ସାହୁ ଗ୍ଲିଟର ପାଜିଏଣ୍ଟ ଦ୍ବାରା ଆୟୋଜିତ ମିସ୍‌ ଇଣ୍ତିଆ ପ୍ରତିଯୋଗିତାରେ ପ୍ରଥମ ରନର୍ସଅପ ହୋଇଛନ୍ତି। ୧୩ ପ୍ରତିଯୋଗୀଙ୍କ ମଧ୍ୟରେ ପରିଚୟ ଆଦାନପ୍ରଦାନ, ଟ୍ୟାଲେଣ୍ଟ ରାଉଣ୍ତ ତଥା ପ୍ରଶ୍ନୋତ୍ତର ରାଉଣ୍ତ ସହ ର଼୍ୟାମ୍ପ ଆଦିରେ ପ୍ରିୟଙ୍କା ଶ୍ରେଷ୍ଠ ପ୍ରଦର୍ଶନ କରି କୃତିତ୍ୱ ହାସଲ କରିଥିଲେ। ପ୍ରତିଯୋଗିତାରେ ବିଚାରକ ଭାବେ ମିସେସ୍‌ ଏସିଆ ୨୦୧୯ ତଥା ଗ୍ଲିଟର ପ୍ରତିଷ୍ଠାତା ପ୍ରାଚୀ ମାହତ୍ରେ, ନିର୍ଦ୍ଦେଶକ ଅଭିଷେକ ମାହତ୍ରେ, କସ୍ମେଟୋଲୋଜିଷ୍ଟ ତଥା ପଶ୍ଚିମ ଓଡ଼ିଶାର ମିସେସ ଫିଟନେସ ଡିଭା ୨୦୧୯ ଡା. ଭର୍ଷା ମାନେ, ଜ୍ୟୋଭିସର ପ୍ରତିଷ୍ଠାତା ଡ.ଜ୍ୟୋତି ସାତପୁତେ, ସୀମା ଦେଶାଇ ନାୟାର ଏବଂ ମିତାଲି ଧୁତ୍ ଉପସ୍ଥିତ ଥିଲୋ ଏହି ପ୍ରତିଯୋଗିତାର ପ୍ରସ୍ତୁତି ପାଇଁ ଶୁଭେନ୍ଦୁ ମୋହନ ସେନାପତି ଏବଂ ଡିଜିପିକ୍ସ ଶିବା ତାଲିମ ପ୍ରଦାନ କରିଥିଲେ। ପ୍ରିୟଙ୍କା ହେଉଛନ୍ତି ପାରଳାଖେମୁଣ୍ତି ରାଜଦାଣ୍ତ ସାହିର ଅଶୋକ କୁମାର ସାହୁ ଏବଂ ପ୍ରେମଲତାଙ୍କ କନ୍ୟା। ସଫଳତା ପାଇଁ ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଦିଶା ପାଢୀ ଏବଂ କାଲାପୂର୍ଣ୍ଣା ନାଲା ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share