କାନ୍ଦୁଛି ଗଜରାଜ

ବିମଳ ପ୍ରସନ୍ନ ଦାସ

ମନୁଷ୍ୟକୃତ ଏକାଧିକ କାରଣ ହେତୁ ଏବେ ହାତୀ ବଂଶ ବିଲୋପ ଅଭିମୁଖୀ। ହାତୀ ଓ ମଣିଷ ମଧ୍ୟରେ ଲଢ଼େଇ ଜାରି ରହିଥିବାବେଳେ ଉଭୟଙ୍କ ଜୀବନ ଯାଉଛି। କେତେ ଗଁା ଗଣ୍ଡାର ଘରଦ୍ୱାର ହାତୀ ଭାଙ୍ଗୁଛି ତ, ମଣିଷ ମଧ୍ୟ ହାତୀମାନଙ୍କର ପଥରୋଧ କରିବା ସହିତ ତାକୁ ଶିକାର କରି ତାରି ଦାନ୍ତକାଟି ନେଇ ବେପାର କରୁଥିବାର କାହାଣୀ ଗଣମାଧ୍ୟମରେ ପ୍ରାୟ ନିତିଦିନର ଖବର। ଅତି ନିର୍ମମ ଭାବରେ ରେଳ ରାସ୍ତାରେ ହାତୀପଲ ମୃତ୍ୟୁବରଣ କରୁଛନ୍ତି। ଏ ପରିପ୍ରେକ୍ଷୀରେ ହାତୀ ସୁରକ୍ଷା ଏକ ଜରୁରୀ ଆହ୍ବାନ ହୋଇଛି।
ହାତୀକୁ ଐତିହ୍ୟ ପ୍ରାଣୀଭାବରେ ଘୋଷଣା କରାଯାଇଛି। ସୁତରାଂ ଏମାନଙ୍କ ସୁରକ୍ଷା ଉପରେ ସରକାର ଗୁରୁତ୍ୱ ଦେବା ସ୍ବାଭାବିକ। ହାତୀ କରିଡର ପୁନରୁଦ୍ଧାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ତଥାପି ଅନେକ କ୍ଷେତ୍ରରେ ହାତୀ ତଥା ମଣିଷଙ୍କ ମୃତ୍ୟୁ ହେଉଛି। ଆମ ରାଜ୍ୟରେ ହାତୀ ସଂରକ୍ଷଣ କେବଳ ସଭାସମିତିରେ ଭାଷଣରେ ସୀମିତ ରହୁଛି। ଏଥିପାଇଁ ସାମାଜିକ ଗଣମାଧ୍ୟାମରେ ସମାଲୋଚନାର ଶିକାର ହେଉଛନ୍ତି ସରକାର ଓ ରାଜ୍ୟ। ବନ୍ୟପ୍ରାଣୀ ସୁରକ୍ଷାକର୍ମୀ ଓ ପରିବେଶବିଦ୍‌ମାନେ ଗଭୀର ଅସନ୍ତୋଷ କରି ସରକାରଙ୍କୁ କଠୋର ସମାଲୋଚନା କରୁଛନ୍ତି। ହାତୀକୁ ଲୁହାକଡ଼ିରେ ବାନ୍ଧି ରଖାଯାଉଛି କାରଣ ସେ ମଣିଷ ମାରିଛି। ୨୦୨୧ରେ ଚନ୍ଦକାରେ ‘ନନ୍ଦନ’, ‘ଯଶୋଦା’ ଓ ‘ଶଙ୍କର’, କପିଳାସରେ ‘ରାଜେଶ’ ଓ ଶିମିଳିପାଳରେ ‘ମହେନ୍ଦ୍ର’ ଓ ‘ଶୋଭା’ ବନ୍ଦୀ ଜୀବନ କଟାଉଛନ୍ତି। ଅବଶ୍ୟ ବର୍ତ୍ତମାନ ଏମାନଙ୍କ ମଧ୍ୟରୁ ‘ଯଶୋଦା’ ଓ ‘ଶୋଭା’ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଦନ୍ତାହାତୀ ‘ନନ୍ଦନ’କୁ ୧୦(ଦଶ) ବର୍ଷକାଳ ନନ୍ଦନକାନନରେ ବନ୍ଧା ହୋଇ ରଖାଯାଇଥିଲା। ଦୀର୍ଘବର୍ଷ ଧରି ବନ୍ଧା ହୋଇ ରହିବାରୁ ହାତୀମାନଙ୍କର ସ୍ବାସ୍ଥ୍ୟରେ ଅବନତି ଘଟିବା ସ୍ବାଭାବିକ। କପିଳାସରେ ଲୁହାତାରବାଡ଼ ମଧ୍ୟରେ ହାତୀ ବନ୍ଦୀ ଜୀବନ କଟାଉଛି। ଏହିପରି ବନ୍ଦୀଜୀବନ କଟାଉଥିବା ହାତୀ ଆବଶ୍ୟକ ପରିମାଣ ଖାଦ୍ୟ ପାଏନା। ଯେହେତୁ ତା’ର ଦେହରୁ ଝାଳ ବାହାରେ ନାହିଁ, ତେଣୁ ସେ ପାଣିରେ ବୁଡ଼ିକରି ଗାଧାଏ। ମାତ୍ର ପାଇପ ପାଣି ଛିଞ୍ଚତ୍ ଦେଇ ତାକୁ ଗାଧୋଇ ଦେଲେ ତାହା ତା’ର ସୁସ୍ଥତା ପ୍ରତି ବିପଦର ଆଶଙ୍କା ସୃଷ୍ଟି କରିବା ଅନିବାର୍ଯ୍ୟ। ଏପରି ବିରକ୍ତି ଭିତରେ ହାତୀ ମଧ୍ୟ ତା’ର ମାହୁନ୍ତକୁ ଆକ୍ରମଣ କରିଥିବାର ଘଟଣା ଗଣମାଧ୍ୟମରେ ଦେଖିବାକୁ ମିଳେ। ଏ ସବୁର ସମାଧାନ ପାଇଁ ଚନ୍ଦକା ଅଭୟାରଣ୍ୟରେ ଦଶ ଏକର ଅଞ୍ଚଳକୁ ତାରବାଡ଼ରେ ଆବଦ୍ଧ କରି ଏହିପରି ହାତୀମାନଙ୍କୁ ଛାଡ଼ିବା ପାଇଁ କୁହାଯାଇଥିଲେ ମଧ୍ୟ ଏଯାବତ କୌଣସି ପଦକ୍ଷେପ ନିଆଯାଇନାହିଁ। ପରିତାପର ବିଷୟ ଏଣେ ହାତୀମୃତ୍ୟୁ ଅବାରିତ। ୫ବର୍ଷରେ ମଲେଣି ୪୦୯ ହାତୀ ବୋଲି ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ବନ୍ୟପ୍ରାଣୀ ବିଶେଷଜ୍ଞ। ହାତୀ ମୃତ୍ୟୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଦାବି କରିଥିଲେ।
ଗୋଟିଏ ଛୋଟ ପ୍ରବନ୍ଧର କଳେବର ମଧ୍ୟରେ କେତେ ବା ତଥ୍ୟ ଦେଇହେବ। ନିକଟ ଅତୀତରେ ଆଠଗଡ ବନଖଣ୍ଡ ଅଧୀନ ବଡ଼ମ୍ବା ବନାଞ୍ଚଳରେ ଚଳିତ ବର୍ଷ ଜୁନ ପ୍ରଥମ ସପ୍ତାହରେ ଖାରଡ ଓ ଜେନାପାଳ ଗ୍ରାମ ନିକଟରେ ଦୁଇ ହାତୀଙ୍କର ଗଳିତ ମୃତଦେହକୁ କ୍ରାଇମବ୍ରାଞ୍ଚ ଏସ.ଟି.ଏଫ୍‌. ମାଟିତଳୁ ଉଦ୍ଧାର କରିଥିଲେ। ସେହିପରି ଗତ ଅଗଷ୍ଟ ପ୍ରଥମ ସପ୍ତାହରେ ଏସ.ଟି.ଏଫ୍‌. ନରସିଂହପୁର ପଶ୍ଚିମପଟ ବନାଞ୍ଚଳରୁ ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର କରିଥିଲା। ଏହି ହାତୀମାନଙ୍କୁ ଶିକାରୀମାନେ ମାରି ତାଙ୍କ ଦାନ୍ତ କାଟି ନେଉଥିବା ଜଣାପଡ଼ିଛି। ବିଡ଼ମ୍ବନା ଯେ ଆଠଗଡ଼ ଡି.ଏଫ.ଓ.ଙ୍କ ନିକଟରେ କୌଣସି ଖବର ନ ଥିଲା। ବିନା ପୋଷ୍ଟମର୍ଟମରେ ବନ କର୍ମଚାରୀମାନେ ଏହି ହାତୀଗୁଡ଼ିକୁ ପୋତି ଦେଇଥିଲେ। ସେହିପରି ନରସିଂହପୁର ପୂର୍ବ ବନାଞ୍ଚଳ ଜୟପୁର ସେକ୍‌ସନରେ ଏକ ଗୁଳିବିଦ୍ଧ ଦନ୍ତାହାତୀ ୧୦ଦିନ ଛଟପଟ ହୋଇ ମୃତ୍ୟୁବରଣ କଲା। ହାତୀ ସୁରକ୍ଷା ପାଇଁ ପ୍ରାୟ ବର୍ଷକୁ ଦେଢ଼କୋଟି ଟଙ୍କା ଖର୍ଚ୍ଚ ହେଉଛି। ପାଟ୍ରୋଲିଂ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏଥିପାଇଁ ସ୍ବତନ୍ତ୍ର ବନ କର୍ମଚାରୀ ନିୟୋଜିତ ଅଛନ୍ତି। ହାତୀ କରିଡର ଚିହ୍ନିତ ହୋଇଛି। ଏତେ ସବୁ ବ୍ୟବସ୍ଥା ସତ୍ତ୍ୱେ ବନବିଭାଗ ହାତୀମୃତ୍ୟୁ ରୋକିବାକୁ ବିଫଳ ହୋଇଛି କାହିଁକି ତାହା ହିଁ ଆଜିର ପ୍ରଶ୍ନ। ଏଥିରୁ ସ୍ପଷ୍ଟ ହୁଏ ଯେ ବନ କର୍ମଚାରୀ ଓ ଶିକାରୀମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ନିର୍ବିବାଦରେ ଚାଲିଛି। ହାତୀ ଶିକାରକୁ ପ୍ରତିହତ କରିବା ପାଇଁ ସରକାର ୨୦୦୮ରୁ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ଗଠନ କରିଥିଲେ। ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନ ଥିବା ଅତ୍ୟନ୍ତ ଦୁଃଖଦ ବିଡ଼ମ୍ବନା। ଇତି ମଧ୍ୟରେ ସୁକିନ୍ଦା ଜଙ୍ଗଲରେ ଗୋଟିଏ ମାଈ ହାତୀର ଗଳିତ ଶବ ଠାବ କରାଯାଇଛି।
ରାଜ୍ୟରେ ଗତ ୫ (ପାଞ୍ଚବର୍ଷ) ହେଲା ହାତୀ ଗଣନା ହୋଇନାହିଁ। ବର୍ତ୍ତମାନ କେତେ ହାତୀ ଜୀବିତ ଓ କେତେ ମୃତ, ଏ ତଥ୍ୟ ସରକାରଙ୍କ ପାଖରେ ହୁଏତ ନ ଥିବ। ଖାଦ୍ୟ ଅନ୍ବେଷଣରେ ହାତୀମାନେ ମଧ୍ୟ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ବନାଞ୍ଚଳକୁ ଚାଲି ଯାଉଥିବାରୁ ରାଜ୍ୟରେ ହାତୀ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇ ଚାଲିଛି। ବିଭିନ୍ନ ଉଦ୍ଦେଶ୍ୟରେ ଜଙ୍ଗଲ କଟା ଯାଉଥିବାରୁ ହାତୀମାନେ ଗ୍ରାମାଭିମୁଖୀ – ଏପରି କି ସହରାଭିମୁଖୀ ହେବାକୁ ବାଧ୍ୟ ହେଉଛନ୍ତି। ଗତ ଦୁଇ ତିନି ବର୍ଷ ଧରି ଚନ୍ଦକା ଅଭୟାରଣ୍ୟରୁ ହାତୀ ରାଜଧାନୀ ଭିତରେ ଏପରି କି ଇନ୍ଦ୍ରଧନୁ ମାର୍କେଟରେ ଆସି ରାତିରେ ବୁଲୁଥିବାର ଦେଖାଯାଉଛି। ସରକାରଙ୍କ ବନ ସଂରକ୍ଷଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କେବଳ ବିଫଳ ହେଉଛି। ଏପରି ସଙ୍ଗିନ ପରିସ୍ଥିତିରେ କୌଣସି ଉଚ୍ଚପଦସ୍ଥ ଜଙ୍ଗଲ କର୍ମଚାରୀ ଦଣ୍ଡିତ ହେବାର ନଜିର ନାହିଁ। ନିଲମ୍ବିତ ହେଉଛନ୍ତି ଫରେଷ୍ଟର ଓ ଫରେଷ୍ଟ ଗାର୍ଡ। ସୁତରାଂ ସେମାନେ ମଧ୍ୟ ଚାକିରି ବଞ୍ଚାଇବା ପାଇଁ ହାତୀମୃତ୍ୟୁ ଘଟଣା ଗୁପ୍ତ ରଖୁଛନ୍ତି। ଏ ପରିସ୍ଥିତି ଲାଗି ରହିଲେ ହୁଏତ ଓଡ଼ିଶା ହାତୀଶୂନ୍ୟ ହୋଇଯିବ।
ସ୍ନାନ ପୂର୍ଣ୍ଣିମାଠାରୁ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବିଶ୍ୱବିଦିତ। ଏଥିରେ ଗଜପତିଙ୍କ ଭୂମିକା (ଛେରା ପହଁରା) ଏକ ଉଚ୍ଚ ପରମ୍ପରା, ମାତ୍ର ଆଜି ଗଜପତିଙ୍କ ରାଜ୍ୟ ଗଜଶୂନ୍ୟ ହେବାକୁ ଯାଉଛି। ପ୍ରଭୁ ଶ୍ରୀଜଗନ୍ନାଥ ହିଁ ଭରସା। ସେ ହିଁ ତାଙ୍କ ମହିମାରକ୍ଷା କରନ୍ତୁ। ସୁତରାଂ ହେ ନୀଳଶଇଳ ତୁମର ସେ ଗଜରାଜ କାନ୍ଦୁଛି। ତାକୁ ସଂକଟରୁ ଉଦ୍ଧାର କରି ବିଲୁପ୍ତମୁଖୀ ହସ୍ତୀବଂଶକୁ ରକ୍ଷା କର ହେ ମହାବାହୁ!
ମୋ :୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ମା’ ଧରିତ୍ରୀ

ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୯ତମ କନ୍‌ଫରେନ୍ସ ଅଫ୍‌ ପାର୍ଟିଜ୍‌(କପ୍‌୨୯) ଆଜରବୈଜାନ ରାଜଧାନୀ ବାକୁଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ୟୁରୋପ ଓ ପଶ୍ଚିମ ଏସିଆର ସୀମାନ୍ତରେ ଅବସ୍ଥିତ...

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri