ନୂଆଦିଲ୍ଲୀ,୧୪।୮: ଚଳିତ ବର୍ଷ ଗାଲାଣ୍ଟ୍ରି ସାହସିକତା ଓ ସେବା ପୁରସ୍କାର ଘୋଷଣା କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଗାଲାଣ୍ଟ୍ରି ସାହସିକତା ଓ ସେବା ପୁରସ୍କାରର ଏକ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ପ୍ରଥମ ନମ୍ବରରେ ଜମ୍ମୁ-କଶ୍ମୀର ପୋଲିସ ରହିଥିବା ବେଳେ ସେମାନଙ୍କୁ ୮୧ଟି ମେଡାଲ ପ୍ରଦାନ କରାଯିବ। ସେହିପରି ଦ୍ୱିତୀୟ ନମ୍ବରରେ ସିଆର୍ପିଏଫ ଥିବା ବେଳେ ସେମାନଙ୍କୁ ୫୫ ମେଡାଲ ଓ ତୃତୀୟ ନମ୍ବରରେ ଥିବା ଉତ୍ତରପ୍ରଦେଶ ପୋଲିସଙ୍କୁ ୨୧ଟି ମେଡାଲ ପ୍ରଦାନ କରାଯିବ ବୋଲି ସୂଚନା ରହିଛି। ସୂଚନା ମୁତାବକ ପୋଲିସ ସେବାରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ପୋଲିସ କର୍ମଚାରୀଙ୍କୁ ସ୍ବାଧୀନତା ଦିବସ ଅବସରରେ ଏହି ସମ୍ମାନରେ ସମ୍ମାନିତ କରାଯିବ।