ଆମେରିକାରେ କମିଲା ବାଇଡେନଙ୍କ ଲୋକପ୍ରିୟତା ହେଲେ ଭାରତରେ ବଢିଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୩।୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଲୋକ ପ୍ରିୟତା ତାଙ୍କ ନିଜ ଦେଶରେ କମ ହୋଇଯାଇଛି। ହେଲେ ଭାରତରେ ବାଇଡେନଙ୍କ ଲୋକପ୍ରିୟତା ବଢି ଯାଇଛି। ଗତ ବର୍ଷ ରୁଷିଆ-ୟୁକ୍ରେନ ଯୁଦ୍ଧ ପରେ ବାଇଡେନ ଏମିତି କିଛି ନିଷ୍ପତ୍ତି ନେଇଥିଲେ, ଯାହାକି ଭାରତରେ ଆମେରିକା ନେତୃତ୍ୱର ଲୋକପ୍ରିୟତାକୁ ବଢାଇ ଦେଇଥିଲା। ଏହି ଦାବି କରିଛି ବିଶ୍ୱ ସ୍ତରରେ ସର୍ଭେ କରୁଥିବା ଏଜେନ୍ସି ଗାଲପ ଇଙ୍କ।

ଗାଲପ କହିଛି ଯେ, ଆମେରିକା, ରୁଷିଆ, ଚାଇନା, ଫ୍ରାନ୍ସ, ଜର୍ମାନୀ ଭଳି ୧୩୭ଟି ଦେଶରେ ଆମେରିକା ନେତୃତ୍ୱକୁ ନେଇ ଏହି ସର୍ଭେ କରାଯାଇଥିଲା। ଯେଉଁଥିରେ ଭାରତ ସେହିସବୁ ଦେଶ ଭିତରେ ୧୧ ନମ୍ବରରେ ଥିଲା। ଏଠାରେ ବାଇଡେନ ପ୍ରଶାସନର ଲୋକପ୍ରିୟତା ବଢିଥିଲା। ଏଥିରେ ଅନ୍ୟ ଦେଶମାନଙ୍କ ମଧ୍ୟରେ ପୋଲାଣ୍ଡ, ୟୁକ୍ରେନ୍‌, ଇସ୍ରାଏଲରେ ବି ବାଇଡେନଙ୍କ ଲୋକପ୍ରିୟତା ବଢିଛି।

Share