ଭୁବନେଶ୍ୱର,୨୭ା୧(ବ୍ୟୁରୋ): ଭାଜପା ଛାଡ଼ିଥିବା ବରିଷ୍ଠ ନେତା ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ ଶୁକ୍ରବାର ବିଆର୍ଏସ୍ରେ ମିଶିବେ। ହାଇଦ୍ରାବାଦରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ଉଭୟ ବିଧିବଦ୍ଧ ଭାବେ ଏହି ଦଳରେ ସାମିଲ ହେବେ। ଗମାଙ୍ଗଙ୍କ ସ୍ତ୍ରୀ ହେମା ଗମାଙ୍ଗ ମଧ୍ୟ ଭାରତ ରାଷ୍ଟ୍ର ସମିତିରେ ସାମିଲ ହେବା ନେଇ ଆଲୋଚନା ହେଉଛି। ସେମାନଙ୍କ ସହିତ ପୂର୍ବତନ ଏମ୍ପି ଜୟରାମ ପାଙ୍ଗି ମଧ୍ୟ ବିଆରଏସରେ ମିଶିବେ ବୋଲି ଆଲୋଚନା ହେଉଛି।।
୨୦୧୫ରେ ଗିରିଧର ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ କଂଗ୍ରେସ ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ଏବେ ଭାଜପା ଛାଡ଼ି ବିଆର୍ଏସ୍ରେ ମିଶିବାକୁ ଯାଉଛନ୍ତି।