କଂଗ୍ରେସକୁ ଫେରିଲେ ଗମାଙ୍ଗଙ୍କ ପରିବାର

ଭୁବନେଶ୍ୱର,୧୭ା୧: କଂଗ୍ରେସକୁ ଫେରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରିବାର। ଏଥିସହିତ ତାଙ୍କ ସ୍ତ୍ରୀ ହେମା ଗମାଙ୍ଗ ଏବଂ ପୁଅ ଶିଶିର ଗମାଙ୍ଗ ମଧ୍ୟ ଦଳକୁ ଫେରିଛନ୍ତି। ଦିଲ୍ଲୀରେ ଗିରିଧରଙ୍କ ପରିବାର ସଦସ୍ୟ କଂଗ୍ରେସ ହାତ ଧରିଛନ୍ତି। ଏହି ସମୟରେ ଅଜୟ ମାକେନ, ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ଗମାଙ୍ଗ ପରିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ପୂର୍ବତନ ଏମ୍‌ପି ସଞ୍ଜୟ ଭୋଇ ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ, ୨୦୧୫ରେ କଂଗ୍ରେସ ଛାଡ଼ି ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଭାଜପାରେ ଯୋଗ ଦେଇଥିଲେ। ୨୦୨୩ରେ ଭଭୟ ବାପ-ପୁଅ ଭାଜପା ଛାଡ଼ି ଭାରତ ରାଷ୍ଟ୍ର ସମିତିରେ ସାମିଲ ହୋଇଥିଲେ। ଏବେ ପୁଣି ନିଜ ଦଳକୁ ଫେରିଥିବାରୁ ଦଳୀୟ କର୍ମୀମାନେ ଆନନ୍ଦ ପ୍ରକାଶ କରିଛନ୍ତି।

Share