Posted inଖେଳ

କାର୍ଯ୍ୟକାଳ ଆରମ୍ଭରୁ ଗମ୍ଭୀର-ବିସିସିଆଇ ମୁହାଁମୁହିଁ!

ନୂଆଦିଲ୍ଲୀ,୧୩।୭: ଟିମ ଇଣ୍ଡିଆର ନୂଆ କୋଚ ହୋଇଛନ୍ତି ଗୌତମ ଗମ୍ଭୀର । ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଭାବେ ନିଯୁକ୍ତି ଦେଇଛି ବିସିସିଆଇ । ତେବେ ଦ୍ରାବିଡଙ୍କ ସହିତ ବ୍ୟାଟିଂ, କୋଚ ବିକ୍ରମ ରାଠୋର, ବୋଲିଂ କୋଚ ପାରସ ମହାମ୍ବ୍ରେ ଓ ଓ ଫିଲ୍ଡିଂ କୋଚ ଟି. ଦିଲ୍ଲୀପଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି । ତେଣୁ ଏମାନଙ୍କ ଜାଗାରେ ମଧ୍ୟ ନୂଆ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବ ବିସିସିଆଇ ।

ଟିମ ଇଣ୍ଡିଆର ମୁଖ୍ୟ କୋଚ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ବିସିସିଆଇ ଆଗରେ ଗୌତମ ଗମ୍ଭୀର ରଖିଥିବା ସର୍ତ୍ତ ଅନୁସାରେ ଦଳର ସପୋର୍ଟ ଷ୍ଟାଫ ମଧ୍ୟ ତାଙ୍କ ପସନ୍ଦର ହେବେ । ଆଉ ସେଥିରେ ବିସିସିଆଇ ରାଜି ମଧ୍ୟ ହୋଇଥିଲା । ହେଲେ ଏହି କଥାକୁ ନେଇ ଏବେ ବିବାଦ ଦେଖାଦେଲାଣି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ. ବୋଲିଂ କୋଚ ଓ ଫିଲ୍ଡିଂ କୋଚକୁ ନେଇ ଗମ୍ଭୀର ଯେଉଁ ଦୁଇଜଣଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି ତାକୁ ବିସିସିଆଇ ଗ୍ରହଣ କରିବାକୁ ରାଜି ନାହିଁ । ରିପୋର୍ଟ ଅନୁସାରେ ଭାରତୀୟ ଦଳର ଫିଲ୍ଡିଂ କୋଚ ଭାବେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଜଣ୍ଟି ରୋଡ୍ସଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତାବ ଦେଇଛନ୍ତି ଗୌତମ ଗମ୍ଭୀର। କିନ୍ତୁ ତାଙ୍କର ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛି ବିସିସିଆଇ। କାରଣ ଦଳର ସମସ୍ତ ସପୋର୍ଟ ଷ୍ଟାଫ ଭାରତୀୟ ହୋଇଥିବା ଆବଶ୍ୟକ ବୋଲି ବିସିସିଆଇ ଚାହୁଁଛି । ଟିମ ଇଣ୍ଡିଆର ପୂର୍ବତନ ଫିଲ୍ଡିଂ କୋଚ ଟି ଦିଲ୍ଲୀପଙ୍କୁ ବିସିସିଆଇ ପୁଣି ଥରେ ସେହି ପଦରେ ନିଯୁକ୍ତି ଦେବାକୁ ଆଗ୍ରହୀ ଥିବା କୁହାଯାଉଛି। ବୋଲିଂ କୋଚ କିଏ ହେବେ ତାକୁ ନେଇ ମଧ୍ୟ ଗମ୍ଭୀରଙ୍କ ସହ ବିସିସିଆଇର ମତଭେଦ ହୋଇଛି ।

ରିପୋର୍ଟ ଅନୁସାରେ ପୂର୍ବତନ ବୋଲର ବିନୟ କୁମାରଙ୍କୁ ଟିମ ଇଣ୍ଡିଆର ବୋଲିଂ କୋଚ ଭାବେ ନିଯୁକ୍ତି ଦେବା ପାଇଁ ବିସିସିଆଇକୁ ପ୍ରସ୍ତାବ ଦେଇଥିଲେ ଗୌତମ ଗମ୍ଭୀର । କିନ୍ତୁ ଗମ୍ଭୀରଙ୍କ ଏହି ପ୍ରସ୍ତାବରେ ରାଜି ନାହିଁ ବିସିସିଆଇ । ବରଂ ଟିମ ଇଣ୍ଡିଆର ପୂର୍ବତନ ବୋଲର ଜାହିର ଖାନ କିମ୍ବା ଲକ୍ଷ୍ମୀପତି ବାଲାଜୀଙ୍କୁ ବୋଲିଂ କୋଚ ଭାବେ ଦାୟିତ୍ୱ ଦେବା ପାଇଁ କୁଆଡେ ବିସିସିଆଇ ବିଚାର କରୁଛି ।
ଆଉ ଏକ ସୂତ୍ରରୁ ଜଣାପଡିଛି କି ଏହି ଖବରରେ ସତ୍ୟତା ନାହିଁ। ଗୌତମ ଗମ୍ଭୀର ତାଙ୍କ ପସନ୍ଦର କୋଚିଂ ସପୋର୍ଟ ଷ୍ଟାଫଙ୍କ ନାଁ ବିସିସିଆଇକୁ ଦେଇଛନ୍ତି। ବିସିସିଆଇ ସେହି ନାଁ ଉପରେ ବିଚାର କରୁଛି। ସହଯୋଗୀ କୋଚ ପଦ ପାଇଁ ଗୌତମ ଗମ୍ଭୀର କୁଆଡେ ଅଭିଷେକ ନାୟାରଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି। ବିସିସିଆଇ ମଧ୍ୟ ତାଙ୍କୁ ନେବାକୁ ରାଜି ଥିବା ଜଣାପ ଅଭିଷେକ ଏବେ କୋଲକାତା ନାଇଟ ରାଇଡର୍ସରେ ସହଯୋଗୀ କୋଚ ଅଛନ୍ତି। କେକେଆର ଏଥର ଆଇପିଏଲ ଚାମ୍ପିୟନ ହେବା ପରେ ତାଙ୍କର ଅବଦାନକୁ ମଧ୍ୟ ସମସ୍ତେ ବହୁତ ପ୍ରଶଂସା କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କୋଚ୍‌ଙ୍କ ସ୍ଥାନ ନେବେ ପାର୍ଥିବ ପଟେଲ, ହେବେ ଏହି ଦଳର ବ୍ୟାଟିଂ କୋଚ୍‌…

ନୂଆଦିଲ୍ଲୀ,୨୨।୧୦: ପୂର୍ବତନ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ସେ ଖୁବ୍‌ଶୀଘ୍ର ପାକିସ୍ତାନ କ୍ରିକେଟ ଦଳର ବର୍ତ୍ତମାନର...

ପନ୍ତଙ୍କୁ ନିଜର ‘ଗୁରୁ’ ମାନିଲେ ଶାମି, ଦେଲେ ବଡ଼ ବୟାନ 

ନୂଆଦିଲ୍ଲୀ,୨୨।୧୦: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମୀ ବର୍ତ୍ତମାନ ଆହତ ସମସ୍ୟାକୁ ନେଇ ଏନ୍‌ସିଏରେ ଅଛନ୍ତି। ଦିନିକିଆ ବିଶ୍ୱକପ୍‌ ୨୦୨୩ ପରେ ସେ ମଇଦାନକୁ...

ଓ୍ବାର୍ନରଙ୍କ ବଡ଼ ଘୋଷଣା, ଭାରତକୁ ହରାଇବା ଲାଗି ସନ୍ନ୍ୟାସରୁ ନେଇପାରନ୍ତି ୟୁ-ଟର୍ନ

ନୂଆଦିଲ୍ଲୀ,୨୨।୧୦: ପ୍ରାୟ ମାସକ ପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯିବ। ୧୦ ବର୍ଷ ଧରି ପରାଜିତ ହୋଇ...

ଭାରତକୁ ବଡ଼ ଝଟ୍‌କା: କମନୱେଲଥ ଗେମ୍ସରୁ ଏହି ୫ ଖେଳକୁ ଦିଆଗଲା ବାଦ୍‌

ଗ୍ଲାସ୍‌ଗୋ,୨୨ା୧୦: କମନୱେଲଥ ଗେମ୍ସରେ ଭାରତର ପଦକ ସମ୍ଭାବନାକୁ ଏକ ବଡ଼ ଝଟ୍‌କା ଲାଗିଛି। ଆୟୋଜକ ସହର ଗ୍ଲାସ୍‌ଗୋ ୨୦୨୬ ସଂସ୍କରଣରୁ କ୍ରିକେଟ, ହକି, ବ୍ୟାଡମିଣ୍ଟନ, ରେସଲିଂ...

ପୃଥ୍ବୀ ଶ’ଙ୍କୁ ବଡ଼ ଦଣ୍ଡ ଦେଲା ବିସିସିଆଇ, ଦଳରୁ ବିଦା: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୨।୧୦: ସମୟ ଥିଲା ମୁମ୍ବାଇର ଷ୍ଟାର ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ଠାରେ ସଚିନ ତେନ୍ଦୁଲକରଙ୍କ ଝଲକ ଦେଖିବାକୁ ମିଳିଥିଲା। ଶ’ ଖୁବ କମ ବୟସରେ ଅନ୍ତର୍ଜାତୀୟ...

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଶକ୍ତ ଧକ୍କା

ନୂଆଦିଲ୍ଲୀ,୨୨।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ୨୪ ରୁ ୨୮ ଅକ୍ଟୋବରରେ ପୁଣେର ମହାରାଷ୍ଟ୍ର...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୨।୧୦: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଅଷ୍ଟ୍ରେଲିଆ ଗସ୍ତ ପାଇଁ ୧୫ ଜଣିଆ ଇଣ୍ଡିଆ ଏ ଦଳ ଘୋଷଣା କରିଛି।...

ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିବ ହକି

ମେଲବୋର୍ନ,୨୨ା୧୦: ରାଜ୍ୟଗୋଷ୍ଠୀ କ୍ରୀଡାରୁ ହକି ଇଭେଣ୍ଟ ବାଦ ପଡିବାକୁ ଯାଉଛି। ୨୦୨୬ରେ ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭରୁ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ବର୍ଦ୍ଧିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri