Categories: ଖେଳ

ବିଶ୍ୱକପ୍‌ ଜିତିବା ଧୋନୀଙ୍କ ଭାଗ୍ୟ, ଏହାର ଶ୍ରେୟ ଗାଙ୍ଗୁଲୀଙ୍କୁ ଯାଉଛି: ଗମ୍ଭୀର

ନୂଆଦିଲ୍ଲୀ,୧୨।୭: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବ ଓପନର୍‌ ଗୌତମ ଗମ୍ଭୀର ମହେନ୍ଦ୍ର ସିଂ ଧୋନୀ ଆଇସିସି ଟ୍ରଫି ଜିତିବାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଧୋନୀ ବହୁତ ଭାଗ୍ୟଶାଳୀ ଅଧିନାୟକ। କାରଣ ତାଙ୍କୁ ଏକ ଅଦ୍ଭୁତ ଟିମ୍‌ ମିଳିଥିଲା। ଅଧିନାୟକ ଭାବେ ଧୋନୀଙ୍କୁ ମିଳିଥିବା ସଫଳତା ପଛରେ ପୂର୍ବ ଦ୍ରୁତ ବୋଲର ଜାହିର ଖାଁଙ୍କ ହାତ ରହିଛି।

ଷ୍ଟାର ସ୍ପୋଟ୍ସରେ ପ୍ରସାରିତ ହେଉଥିବା ଶୋ’ ‘କ୍ରିକେଟ କନେକ୍ଟେଡ୍‌’ ରେ କହିଛନ୍ତି, ଟେଷ୍ଟ କ୍ରିକେଟ୍‌ରେ ଧୋନୀ ସଫଳ ଅଧିନାୟକ ହେବାର କାରଣ ଜାହିର ଖାନ୍‌। ଧୋନୀଙ୍କୁ ସଫଳତା ମିଳିବା ତାଙ୍କ ଭାଗ୍ୟ ଥିଲା। ଏହାର ଶ୍ରେୟ ମଧ୍ୟ ଗାଙ୍ଗୁଲୀଙ୍କୁ ଯାଉଛି। ତାଙ୍କ ମତରେ ଜାହିର ବିଶ୍ୱସ୍ତରର ସର୍ବଶ୍ରେଷ୍ଠ ବୋଲର ବୋଲି ସେ କହିଛନ୍ତି।

୨୦୧୧ ବିଶ୍ୱକପ୍‌ ଜିତିବା ଧୋନୀଙ୍କ ପାଇଁ ବେଶ୍‌ ସହଜ ଥିଲା। କାରଣ ଆମ ପାଖରେ ସଚିନ, ସେହଓ୍ବାଗ୍‌, ଯୁବରାଜ, ୟୁଶୁଫ ଏବଂ ବିରାଟଙ୍କ ଭଳି ଖେଳାଳୀ ଥିଲେ। ଏଣୁ ଧୋନୀଙ୍କୁ ସର୍ବଶ୍ରେଷ୍ଠ ଟିମ୍‌ ମିଳିଥିଲା। ହେଲେ ଏହି ଟିମ୍‌ ପାଇଁ ଗାଙ୍ଗୁଲୀ ବହୁତ ପରିଶ୍ରମ କରିଥିଲେ। ଏଥିଯୋଗୁ ସେ ଏକାଧିକ ଟ୍ରଫି ଜିତିପାରିଥିଲେ ବୋଲି ଗୌତମ କହିଛନ୍ତି।ତେବେ ପୂର୍ବରୁ ୨୦୧୧ ବିଶ୍ୱକପ୍‌ ଜିତିବାର ଶ୍ରେୟ ଧୋନୀଙ୍କୁ ଦିଆଯାଉଥିବାକୁ ନେଇ ଗମ୍ଭୀର କଟାକ୍ଷ କରିଥିଲେ। କେବଳ ଧୋନୀଙ୍କ ଛକ୍କା ନୁହେଁ ବରଂ ପୁରା ଟିମ୍‌ ଏଥିପାଇଁ ଶ୍ରେୟ ପାଇବା ଯୋଗ୍ୟ ବୋଲି ସେ କହିଥିଲେ।

Share