Categories: ଖେଳ

ପାକିସ୍ତାନକୁ ନେଇ ଚର୍ଚ୍ଚା ବଢ଼ିବା ପରେ କଡ଼ା ଜବାବ ଦେଲେ ଗମ୍ଭୀର: କହିଲେ ‘ଆଇପିଏଲ୍‌ ଯୋଗୁ…’

ନୂଆଦିଲ୍ଲୀ,୧୮।୮: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ଟିମ୍‌ ବ୍ୟସ୍ତ ଥିଲେ ହେଁ ଏବେଠାରୁ ବିଶ୍ୱକପ୍‌କୁ ନେଇ ଚର୍ଚ୍ଚା ହେବାରେ ଲାଗିଲାଣି। ଏହା ପଛର କାରଣଟି ହେଲା ପାକିସ୍ତାନ ବିପକ୍ଷରେ ଥିବା ପ୍ରଥମ ମ୍ୟାଚ୍‌। ୟୁଏଇରେ ଅନେକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବାରୁ ପାକିସ୍ତାନ ଉପକୃତ ହେବ ବୋଲି କୁହାଯାଉଥିଲେ ହେଁ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଭିନ୍ନ ମତ ଦେଇଛନ୍ତି। ଆଇପିଏଲ୍‌ ଖେଳିବା ପରେ ଭାରତୀୟ ଖେଳାଳିଙ୍କୁ ଘରେ ଖେଳିବା ପରି ଲାଗିବ ବୋଲି ସେ କହିଛନ୍ତି।

ଇଂଲଣ୍ଡରେ ଟେଷ୍ଟ ସିରିଜ ଶେଷ ହେବା ପରେ ଭାରତୀୟ ଖେଳାଳିମାନେ ୟୁଏଇରେ ନିଜ ନିଜ ଫ୍ରାଞ୍ଚାଇଜ୍‌ ସହ ଜଡ଼ିତ ହେବେ। ସେଠାରେ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍‌ ଖେଳାଯିବ। ଗମ୍ଭୀର କହିଛନ୍ତି ଏହା ଭାରତୀୟ ଦଳ ପାଇଁ ଲାଭଦାୟକ ହେବ। ଟି-୨୦ ଫର୍ମାଟରେ ଆଗକୁ କ’ଣ ହେବ ଅନୁମାନ କରିବା କଷ୍ଟକର। ଯଦି ପାକିସ୍ତାନ ଅଧିକ କ୍ରିକେଟ ସେଠାରେ ଖେଳିଛି ବୋଲି ତାକୁ ଲାଭ ହେବ ବୋଲି କୁହାଯାଉଛି। ତେବେ ମୁଁ କହିବୁ ଏକ ମାସ ଧରି ଆଇପିଏଲ୍‌ ଖେଳିବା ପରେ ଭାରତ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବ। ଖେଳାଳିମାନେ ନିଶ୍ଚିତ ଭାବେ ପ୍ରସ୍ତୁତ ହୋଇଯିବେ ବୋଲି ସେ କହିଛନ୍ତି।

Share