ନୂଆଦିଲ୍ଲୀ,୧୭।୯: ଭାରତୀୟ ଦ୍ରୁତ ବୋଲର୍ ଜସପ୍ରିତ ବୁମ୍ରାଙ୍କୁ କେବଳ ଜଣେ ଖେଳାଳି ଭଲ ଭାବେ ଖେଳିପାରନ୍ତି। ସେ ହେଉଛନ୍ତି ଏବି ଡି ଭିଲିୟର୍ସ ବୋଲି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି।
ଷ୍ଟାର ସ୍ପୋଟ୍ସ ନେଟଓ୍ବାର୍କ ସହ ବାର୍ତ୍ତାଳାପରେ ଗମ୍ଭୀର କହିଛନ୍ତି, ବିରାଟ କୋହଲି, ଏବି ଡି ଭିଲିୟର୍ସ ଏବଂ ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ଭଳି ଖେଳାଳିଙ୍କ ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଟିମ୍ ଶକ୍ତିଶାଳୀ। ଯଦିଓ ମ୍ୟାକ୍ସଓ୍ବେଲ ନୁହନ୍ତି, ଡି ଭିଲିୟର୍ସ ଏଭଳି ଜଣେ ବ୍ୟାଟ୍ସମ୍ୟାନ୍ ଯିଏ ବୁମ୍ରାଙ୍କ ଭଳି ବୋଲର୍ଙ୍କୁ ସହଜରେ ସାମ୍ନା କରିପାରନ୍ତି। ତାଙ୍କ ବ୍ୟତିତ ଅନ୍ୟ କୌଣସି ଖେଳାଳି ବୁମ୍ରାଙ୍କ ବିପକ୍ଷରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରିନାହାନ୍ତି।
ଏହାଛଡ଼ା ସେମାନେ ସର୍ବଦା ବିରୋଧି ଦଳ ଉପରେ ପ୍ରାଧାନ୍ୟ ଦେବାକୁ ଚାହାନ୍ତି, ବିଶେଷ କରି ଆଇପିଏଲ୍ରେ। ଏହି ଫର୍ମାଟରେ ଦୁଇ କିମ୍ବା ତିନୋଟି ଆନ୍ତର୍ଜାତୀୟ ବୋଲରଙ୍କ ସହ ଘରୋଇ ୋବାଲର ମଧ୍ୟ ଥାନ୍ତି। ବିରାଟ ଏବଂ ଡି ଭିଲିୟର୍ସ ଉପରେ ବହୁତ ଚାପ ରହିଛି। କାରଣ ସେମାନେ ଥରେ ବି ଆଇପିଏଲ୍ ଟାଇଟଲ ଜିତି ନାହାନ୍ତି। ଯଦି ୨୦୨୧ ଆଇପିଏଲ୍ ସେମାନେ ନ ଜିତନ୍ତି ତେବେ ଚାପ ବଢ଼ିବ ବୋଲି ଗମ୍ଭୀର କହିଛନ୍ତି।