Categories: ଖେଳ

ଧୋନୀ ଅଭିଜ୍ଞତା ବାଣ୍ଟିବେ, କୋହଲିଙ୍କ ଲକ୍ଷ୍ୟ ଟାଇଟଲ ଉପରେ ରହିବ: ଗମ୍ଭୀର

ନୂଆଦିଲ୍ଲୀ,୧୯।୧୦: ଭାରତୀୟ ଟି-୨୦ର ଅଧିନାୟକ ଭାବେ ବିଶ୍ୱକପ୍‌ ହିଁ ବିରାଟ କୋହଲିଙ୍କ ଶେଷ ଟୁର୍ନାମେଣ୍ଟ ହେବ। ୨୦୦୭ରୁ ଏଯାଏ ଦଳ ଟି-୨୦ ବିଶ୍ୱକପ୍‌ ଟାଇଟଲ ଜିତିନାହିଁ। ଏଥିଲାଗି କୋହଲିଙ୍କ ନଜର ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରିବା ସହ ଜିତିବା ଉପରେ ଥିବ ବୋଲି ପୂର୍ବତନ ଓପନର୍‌ ଗୌତମ ଗମ୍ଭୀର କହିଛନ୍ତି।

ଷ୍ଟାରସ୍ପୋଟ୍ସ ସହ କଥାବାର୍ତ୍ତାରେ ଗମ୍ଭୀର କହିଛନ୍ତି, କୋହଲିଙ୍କ ସହ ପୁରା ଟିମ୍‌ ଏହି ବିଶ୍ୱକପ୍‌ରେ ଜିତିବାକୁ ଚାହିଁବ। କାରଣ ଟାଇଟଲ୍‌ ଜିତିବାରେ ୧୪ ବର୍ଷରୁ ଅଧିକ ସମୟ ହୋଇଗଲାଣି। କୋହଲି ବିଜୟୀ ଅଧିନାୟକ ହେବାକୁ ଚାହିଁବେ।
ସେହିଭଳି ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ସେ କହିଛନ୍ତି, ଧୋନୀ ନିଜର ଅନୁଭବକୁ ଯୁବ କ୍ରିକେଟରଙ୍କ ସହ ବାଣ୍ଟିବେ। ଯେଉଁମାନେ ପ୍ରଥମ ଥର ବିଶ୍ୱକପ୍‌ରେ ଖେଳୁଛନ୍ତି ସେମାନଙ୍କ ସହ ଅନୁଭବ ବାଣ୍ଟିବା ବେଶ ମହତ୍ୱପୂର୍ଣ୍ଣ ହେବ। କାରଣ ବିଶ୍ୱକପ୍‌ ସବୁଠାରୁ ଭିନ୍ନ ବୋଲି ଗମ୍ଭୀର କହିଛନ୍ତି।

Share