ଗାମ୍ବିଆରେ ୬୬ ଶିଶୁଙ୍କ ମୃତ୍ୟୁ: କମ୍ପାନୀ ଅଧିକାରୀଙ୍କ ଦାବି ଭୁଲରେ ଭାରତର କଫ ସିରପର ନାଁ ଯୋଡିଥିଲା ଡବ୍ଲୁଏଚଓ

ନୂଆଦିଲ୍ଲୀ/ବନଜୁଲ,୧୬ ।୧୨: ୱେଷ୍ଟ ଆଫ୍ରିକା ଦେଶ ଗାମ୍ବିଆରେ ହୋଇଥିବା ୬୬ ଶିଶୁଙ୍କ ମୃତ୍ୟୁ ପାଇଁ ଭାରତରେ ପ୍ରସ୍ତୁତ କଫ ସିରଫ ଦାୟୀ ବୋଲି ପ୍ରଥମେ ଅଭିଯୋଗ ଆଣିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) । ଏବେ ମେଡେନ ଫାର୍ମାର କଫ ଔଷଧର ଗୁଣବତ୍ତା ଠିକ ଥିବା ଜଣାପଡିଛି । କମ୍ପାନୀ ମେଡେନ ଫାର୍ମାସ୍ୟୁଟିକାଲ ଲିମିଟେଡ କହିଛି ଏବେ ସେ ତା’ର କାରଖାନାକୁ ପୁଣିଥରେ କାର୍ଯ୍ୟକ୍ଷମ କରିବାକୁ ମଞ୍ଜୁରୀ ମାଗିବ । କାରଣ ସିରପରୁ ନିଆଯାଇଥିବା ନମୁନାରେ କୌରସି ଭୁଲ ଜିନିଷ ବ୍ୟବହାର କରାଯାଇନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବାର୍ତ୍ତା ଥିଲା କି ଭାରତରେ ପ୍ରସ୍ତୁତ କଫ ସିରପ କାରଣରୁ ଗାମ୍ବିଆ ଶିଶୁଙ୍କର ମୃତ୍ୟୁ ହୋଇଛି ।
ମେଡେନର ମ୍ୟାନେଜିଂ ଡାଇରେକ୍ଟର ନରେଶ କୁମାର ଗୋୟଲ ରଏଟର୍ସକୁ କହିଛନ୍ତି, ମୋତେ ଭାରତୀୟ ନିୟମାକ ଓ ନ୍ୟାୟପାଳିକ ପ୍ରକ୍ରିୟା ଉପରେ ପୁରା ଭରସା ଅଛି । ମୁଁ କିଛି ଭୁଲ କରିନାହିଁ । ଆମେ ଏବେ ଅଧିକାରୀଙ୍କୁ କମ୍ପାନୀ ଖୋଲିବା ପାଇଁ ପୁଣିଥରେ ଅନୁରୋଧ କରିବାକୁ ପ୍ରୟାସ କରିବୁ, ହେଲେ ମୋତେ ଜଣାନାହିଁ କେବେ ଏହା ହେବ । ଆମେ ଏବେବି ଅପେକ୍ଷା କରିଛୁ ।

Share