ଢାବା ପଛପଟେ ଚାଲିଥିଲା ଜୁଆ ଖେଳ: ୯ଜଣଙ୍କୁ ଧରିଲା ପୋଲିସ

ଗୋପାଳପୁର,୨୧ା୧୦(ଡି.ଏନ.ଏ.): ଗୋଳନ୍ଥରା ପୋଲିସ ଏକ ଢାବା ପଛପଟେ ଚାଲିଥିବା ଜୁଆ ଆଡ୍ଡା ଉପରେ ଗୁରୁବାର ରାତିରେ ଚଢ଼ାଉ କରି ୯ ଜଣ ଜୁଆଡ଼ିକୁ ଗିରଫ କରିଛି। ସେମାନଙ୍କଠାରୁ ୩୦ ହଜାର ୩୦ ଟଙ୍କା ଏବଂ ଖେଳ ସାମଗ୍ରୀ ଜବତ କରିଥିବା ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

ରାତିରେ ଏସ୍‌ଆଇ ଅଭିଷେକ ପାଣ୍ଡବ ପାଟ୍ରୋଲିଂ କରୁଥିବା ବେଳେ ଏକ ଢ଼ାବା ହୋଟେଲ ପଛପଟେ ଏକ ଘରେ ଜୁଆ ଖେଳ ଚାଲିଥିବା ସୂଚନା ପାଇଥିଲେ। ଏ ନେଇ ଥାନା ଅଧିକାରୀଙ୍କୁ ସୂଚନା ଦେବା ସହ ଚଢ଼ାଉ କରିଥିଲେ। କିଛି ଜୁଆଡ଼ି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଏ ନେଇ ପୋଲିସ ଏକ ମାମଲା(ନଂ. ୩୮୫/୨୨) ରୁଜୁ କରି ଅଭିଯୁକ୍ତମାନଙ୍କୁ ଥାନାରୁ ଜାମିନ ପ୍ରଦାନ କରାଯାଇଛି।