Categories: ଜାତୀୟ

ଗେମ୍‌ ଚେଞ୍ଜର ହେବେ ସୋନୁଙ୍କ ଭଉଣୀ

ନୂଆଦିଲ୍ଲୀ,୧୦।୧: ପଞ୍ଜାବ ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦ। ପଞ୍ଜାବରେ ଫେବୃୟାରୀ ୧୪ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ଅନ୍ୟ ୫ ରାଜ୍ୟ ଭଳି ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣନା କରାଯିବ।

କୋଭିଡ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ସହାୟତା କରି ପୂରା ଦେଶରୁ ପ୍ରଶଂସା ସାଉଁଟିଥିବା ଅଭିନେତା ସୋନୁ ତାଙ୍କ ଭଉଣୀଙ୍କ ପ୍ରତି ସମର୍ଥନ ଜାହିର କରିଛନ୍ତି।

ଦଳର ମୁଖ୍ୟ ଓ ମୁଖ୍ୟମନ୍ତ୍ରୀ ଉଭୟେ ଜଣଙ୍କ ଘରକୁ ଯାଇ ସମ୍ମାନିତ କରିବା ଘଟଣା ଖୁବ୍‌ କମ ଦେଖିବାକୁ ମିଳେ। କିନ୍ତୁ ସେ ଏଥି ପାଇଁ ଯୋଗ୍ୟ। କ୍ରିକେଟ ଜଗତରେ ଏହାକୁ ଗେମ୍‌ ଚେଞ୍ଜର କୁହାଯାଏ। ସେ ଜଣେ ଯୁବା ଓ ଶିକ୍ଷିତ ମହିଳା। ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟର ଭାବେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ତାଙ୍କ ଜୀବନରେ କାମ ଦେବ। ଏନ୍‌ଜିଓ ଚଳାଇ ପରିଚୟ ସୃଷ୍ଟି କରିଥିବା ଜଣେ ମହିଳା ଲୋକଙ୍କ ସେବା ପାଇଁ କଂଗ୍ରେସରେ ଯୋଗ ଦେଉଥିବାରୁ ଏହା ଆମ ପାଇଁ ଖୁସିର ବିଷୟ ବୋଲି କହିଛନ୍ତି ପଞ୍ଜାବ କଂଗ୍ରେସ ୟୁନିଟ୍‌ ମୁଖ୍ୟ ନବଜୋତ ସିଂ ସିଦ୍ଧୁ।

Share