Categories: ଫୁରସତ

ସହରର ରାସ୍ତାରେ ଦୌଡ଼ୁଛି ଗଣ୍ଡା

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଗଣ୍ଡାକୁ ଦେଖିବାକୁ ମିଳୁଛି। ଗଣ୍ଡାଟି ସହର ମୁହଁା ହୋଇଛି। ଜଙ୍ଗଲରୁ ଗଣ୍ଡାଟି ସହର ମଧ୍ୟକୁ ଚାଲି ଆସି ରାସ୍ତାରେ ଦୌଡ଼ୁଛି। ତାହାକୁ ଦେଖି କୁକୁର ଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ଡରି ପଳାଉଛନ୍ତି। ଘଟଣାଟି କେଉଁଠି ଘଟିଛି ଯଦିଓ ତାହା ଜଣାପଡ଼ି ନାହିଁ ମାତ୍ର ମଣିଷ ଯେତେବେଳେ ଜଙ୍ଗଲ ଭିତରକୁ ପଶିଯାଏ। ବନ୍ୟପ୍ରାଣୀ ସହର ମୁହାଁ ହୁଅନ୍ତି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 

Share