ଫଳକରେ ସୀମିତ ଗଣ୍ଡାନାଳ ବିଜୁ ସେତୁ

କଳିଙ୍ଗନଗର,୧୧ା୧୨(ଡି.ଏନ.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳସ୍ଥିତ ଦାନଗଦି ବ୍ଲକ୍‌ର ରାଣୀପଡ଼ା ଏବଂ ଓଲ୍ଲଳ ପଞ୍ଚାୟତ ମଧ୍ୟ ଦେଇ ପ୍ରବାହିତ ହେଉଛି ଚିରସ୍ରୋତା ଗଣ୍ଡାନାଳ। ବର୍ଷ ତମାମ ଏହି ନାଳରେ ପାଣିରେ ପଶି ଲୋକେ ଯାତାୟାତ କରୁଥିବାବେଳେ ବର୍ଷା ଦିନେ ବହୁ ହଇରାଣ ହରକତ ହେଉଛନ୍ତି। ନାଳ ଉପରେ ପୋଲଟିଏ ନ ଥିବାରୁ ଲୋକେ ବୁଲିବୁଲି ଯିବାକୁ ବାଧ୍ୟ ହେଉଛନ୍ତି। ଏହାକୁ ଆଖି ଆଗରେ ରଖି ମୂଳାସାର ଗ୍ରାମ୍ୟ ଉନ୍ନୟନ ରାସ୍ତାଠାରୁ ଓଲ୍ଲୋଳ ରାସ୍ତା ମଧ୍ୟରେ ଗଣ୍ଡାନାଳ ଉପରେ ଏକ ପୋଲ ନିର୍ମାଣ ପାଇଁ ପ୍ରଶାସନ ଆଗେଇ ଆସିଥିଲା। ଏଠାରେ ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ ପାଇଁ ୨୧ା୧୨ା୨୦୧୬ରେ ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଥିଲା। ଏହାପରେ ପୋଲ ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ପୋଲ ନିର୍ମାଣ କେବଳ ଫଳକରେ ହିଁ ସୀମିତ ରହିଯାଇଛି। ଫଳରେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାନା ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଶୀଘ୍ର ପୋଲ କାର୍ଯ୍ୟ ଆରମ୍ଭ କରିବା ଦିଗରେ ଜିଲା ପ୍ରଶାସନ ଦୃଷ୍ଟିଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ସୂଚନା ମୁତାବକ, ଦାନଗଦି ଓ ସୁକିନ୍ଦା ବ୍ଲକ ଖଣି ପ୍ରଭାବିତ କ୍ଷେତ୍ର ଭାବେ ଘୋଷିତ ହୋଇଛି। ଏହି ୨ ବ୍ଲକ୍‌ରେ ବିକାଶମୂଳକ କାର୍ଯ୍ୟ ପାଇଁ ବିପୁଳ ଖଣିଜ ନ୍ୟାସ ପାଣ୍ଠି ଜମା ରହିଛି। ମାତ୍ର ବିକାଶ ଅର୍ଥ ବିନିଯୋଗ ବାଟବଣା ହେଉଥିବା ଦେଖାଯାଉଛି। ଗମନାଗମନର ସୁବିଧା ପାଇଁ ଉନ୍ନତ ରାସ୍ତା ଓ ସେତୁ ନିର୍ମାଣ ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ହୋଇଥିଲେ ହେଁ ବର୍ଷ ବର୍ଷ ଧରି ଦାନଗଦି ବ୍ଲକ୍‌ର ୪ ପଞ୍ଚାୟତବାସୀଙ୍କ ଆବଶ୍ୟକତା ବିଜୁ ସେତୁକୁ ଅଣଦେଖା କରାଯାଇଛି। ମୂଳାସାର ଏବଂ ଓଲ୍ଲୋଳକୁ ବିଭକ୍ତ କରୁଥିବା ଗଣ୍ଡାନାଳ ଉପରେ ବହୁ ପ୍ରତୀକ୍ଷିତ ଉଚ୍ଚ ସେତୁର ନିର୍ମାଣ ପାଇଁ ତତ୍କାଳୀନ ଏମ୍‌ପି ରୀତା ତରାଇ ଓ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ଶୁଭ ଦେଇଥିଲେ। ବିଜୁ ସେତୁ ଯୋଜନା ଅନ୍ତର୍ଭୁକ୍ତ ଏହି ସେତୁ ନିର୍ମାଣ ଦାୟିତ୍ୱ ଗ୍ରାମ୍ୟ ଉନ୍ନୟନ ବିଭାଗ ନେଇଥିଲା। ମାତ୍ର ଏହା ପରଠାରୁ ଏହି ସେତୁ ନିର୍ମାଣ ପ୍ରସଙ୍ଗ ଶୂନ୍ୟରେ ମିଳେଇ ଯାଇଛି। ଫଳସରୂପ ଯେଉଁଠି ୨ କିଲୋମିଟର ରାସ୍ତାଦେଇ ଲୋକେ କଳିଙ୍ଗନଗର ଶିଳ୍ପାଞ୍ଚଳ, ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବ୍ଲକ କିମ୍ବା ତହସିଲ କାର୍ଯ୍ୟାଳୟ ଯିବା କଥା ସେଠାରେ ଲୋକେ ୨୦ କିଲୋମିଟର ଅଧିକ ବୁଲି ବୁଲି ଯିବାକୁ ବାଧ୍ୟ ହେଉଛନ୍ତି। ଜରୁରିକାଳୀନ ସମୟରେ ଆମ୍ବୁଲାନ୍ସ, ଦମକଳ କିମ୍ବା ପୋଲିସ ଗାଡ଼ି ଆସିବା ସମ୍ଭବ ହେଉନାହିଁ। ଏ ନେଇ ଲୋକେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସମାଧାନର ସୂତ୍ର ବାହାରି ପାରୁନାହିଁ। କେବଳ ନିର୍ବାଚନ ସମୟରେ ସେତୁ ନିର୍ମାଣ ପ୍ରସଙ୍ଗରେ ସରଗରମ ଆଲୋଚନା ହେଉଥିବା ବେଳେ ଅନ୍ୟ ସମୟରେ କେହି ଏହି ସମସ୍ୟାକୁ ଆଡ଼ ଆଖିରେ ଚାହୁଁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟ ଦିନେ ବାଟୋଇ କିମ୍ବା ସାଇକେଲ ଆରୋହୀ କୌଣସି ପ୍ରକାର ନାଳ ପାର ହେଉଥିବା ବେଳେ ବର୍ଷା ଦିନେ ଏହି ବାଟରେ ଯାତାୟାତ ପାଇଁ ଲୋକେ ନାନା ହଇରାଣ ହୋଇଥାନ୍ତି। ତେବେ ପୋଲ ନିର୍ମାଣ କାହିଁକି ଓ କେଉଁ କାରଣରୁ ଅଟକିଛି ସେ ସମ୍ପର୍କରେ କାହା ପାଖରେ ଖବର ନାହିଁ। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ସ୍ଥାନୀୟ ବିଧାୟକ ଯଥା ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ଫୋନ୍‌ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଅଘଟଣ: ଦୁନିଆକୁ ଜାଣିବା ପୂର୍ବରୁ ଲିଭିଗଲା ଜୀବନ ଦୀପ

କଟକ,୧।୧: କୁନି ଝିଅ ଉପରେ ମାଡ଼ିଗଲା ହାଇୱା। ଏଭଳି ଅଭାବନୀୟ ଘଟଣା ଘଟିଛି ଯୋବ୍ରା ବ୍ୟାରେଜ ନିକଟରେ। ବାଇକ୍‌କୁ ହାଇୱା ଧକ୍କା ଦେବା ଫଳରେ ଏଭଳି...

ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ: ମନ୍ଦିର-ଚର୍ଚ୍ଚରେ ପ୍ରବଳ ଭିଡ଼

ଦାରିଙ୍ଗବାଡି, ୧।୧ (ଅରୁଣ ସାହୁ): ଇଂରାଜୀ ନୂତନ ବର୍ଷ ବୁଧବାର ବଡ଼ ଧୁମଧାମରେ ପାଳନ କରାଯାଉଛି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡି, ସିମନବାଡି, ବ୍ରାହ୍ମଣୀଗାଁ,...

ଜିରୋ ନାଇଟ ସେଲିବ୍ରେଶନ ବେଳେ ବୁଲିଲା ଖଣ୍ଡା, ୨ ଗୁରୁତର

ବଲାଙ୍ଗୀର, ୧।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀନଗରପଡାରେ ଜିରୋ ନାଇଟ ସେଲିବ୍ରେଶନ ସମୟରେ ଖଣ୍ଡାରେ ଆକ୍ରମଣ ହୋଇଛି। ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।...

ଓଡ଼ିଶ ଫେରିଲା ଜିନତ୍‌ : ମଧ୍ୟ ରାତିରେ ଆସିଲା

ବାରିପଦା,୧।୧: ମଧ୍ୟରାତ୍ରିରେ ବାଘୁଣୀ ଜିନତ୍‌ ଓଡ଼ିଶା ଫେରିଛି। ପ୍ରାୟ ୪୮ ଘଣ୍ଟାଯାଏ କୋଲକାତାସ୍ଥିତ ଆଲିପୁର ପ୍ରାଣୀ ଉଦ୍ୟାନରେ ରହିଲା ଭିତରେ ତାର ସମସ୍ତ ପ୍ରକାର ସ୍ବାସ୍ଥ୍ୟଜନିତ...

ଚାଷୀଙ୍କ ସମସ୍ୟାକୁ ନେଇ ଏମିତି କହିଦେଲେ ନବୀନ

ପଟ୍ଟାମୁଣ୍ଡାଇ, ୧ା୧(କଳ୍ପତରୁ ନାୟକ):ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଙ୍ଗଳବାର ଦିନିକିଆ କେନ୍ଦ୍ରାପଡ଼ା ଜିଲା ଗସ୍ତରେ ଆସି ଅଦିନିଆ ବର୍ଷା ଯୋଗୁ...

ଚାଷୀଙ୍କ ଧାରଣାକୁ ପ୍ରଶାସନର ଅଣଦେଖା

ବରଗଡ଼,୧।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଅବ୍ୟବସ୍ଥା ଲାଗି ରହିଛି। ଜିଲାର ବିଭିନ୍ନ ମଣ୍ଡିକୁ ଚାଷୀମାନେ ଧାନ ଆଣୁଛନ୍ତି। କିନ୍ତୁ ଉକ୍ତ ଧାନକୁ...

ପାରାଗ୍ଲାଇଡିଂ, ପାରା ଲ୍ୟାଣ୍ଡିଂର ମଜା ନେଉଛନ୍ତି ପର୍ଯ୍ୟଟକ

କୋରାପୁଟ,୧ା୧(ଅମିତାଭ ବେହେରା):କୋରାପୁଟ ଜିଲା ସେମିଳିଗୁଡ଼ାର କୁନ୍ଦୁଲିରୁ କୋଟିଆ ଆଡ଼କୁ ଦେଓମାଳି ପର୍ବତ ରହିଛି। ସମୁଦ୍ର ପତ୍ତନଠାରୁ ୧୬୭୨ ମିଟର ଉଚ୍ଚତାରେ ଥିବା ଏହା ଓଡ଼ିଶାର ଉଚ୍ଚତମ...

‘ଶହୀଦ ମାଧୋ ସିଂଙ୍କ ବୀରଗାଥା ପାଠ୍ୟ ପୁସ୍ତକରେ ସାମିଲ ହେଉ’

ବରଗଡ଼,୩୧।୧୨(ପ୍ରେମାନନ୍ଦ ଖମାରୀ) :- ଶହୀଦ ବୀର ମାଧୋ ସିଂ ଓ ପରିବାର ବର୍ଗଙ୍କ ସଶସ୍ତ୍ର ସାଧୀନତା ସଂଗ୍ରାମରେ ଅବଦାନ ଅନସ୍ବୀକାର୍ଯ୍ୟ ବୋଲି କହିଛନ୍ତି ବିଶିଷ୍ଟ ସାହିତି୍ୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri