‘ଗନ୍ଧରେଲ ପ୍ରକଳ୍ପକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକାଶ କରାଯିବ’

ବଲାଙ୍ଗୀର ଅଫିସ, ୧୪ା୧୨: ବଲାଙ୍ଗୀର ସହର ସନ୍ନିକଟ ଗନ୍ଧରେଲ ପାହାଡ ପାଦଦେଶରେ ଥିବା ଗନ୍ଧରେଲ ଜଳ ପ୍ରକଳ୍ପକୁ ଆଗାମୀ ଦିନରେ କିଭଳି ଏକ ପର୍ଯ୍ୟଟନସ୍ଥଳୀଭାବେ ବିକଶିତ କରାଯିବ ସେନେଇ ପଦକ୍ଷେପ ନିଆଯିବ। ରବିବାର ଗନ୍ଧରେଲ ପ୍ରକଳ୍ପ ଅଞ୍ଚଳକୁ ପରିଦର୍ଶନରେ ଯିବା ଅବସରରେ ଏହା କହିଛନ୍ତି ବିଧାୟକ ନରସିଂହ ମିଶ୍ର। କିପରି ଏହିି ପ୍ରକଳ୍ପର ଅଧିକ ଜଳ ସଂରକ୍ଷଣ ହୋଇପାରିବ ଓ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ କେଉଁ କେଉଁ ସ୍ଥାନରେ ଜଙ୍ଗଲ ଜମି ବ୍ୟତୀତ ମନୋରଞ୍ଜନ ଧର୍ମୀ ପାର୍କ ତିଆରି ହୋଇ ପାରିବ, ସ୍ଥାନୀୟ ଲୋକେ ପ୍ରକଳ୍ପରୁ କିଭଳି ରୋଜଗାରକ୍ଷମ ହୋଇପାରିବେ ସେଦିଗରେ ଅନୁଧ୍ୟାନ କରାଯିବ ବୋଲି ସେ କହିଥିଲେ ା ଗନ୍ଧରେଲ ଗଁାର ମହିଳାଙ୍କ ସହ ବିଧାୟକ ମିଶ୍ର ଆଲୋଚନା କରିଥିଲେ ା ଗଁାରେ ପାନୀୟ ଜଳ ଯୋଗାଣ, କମ୍ୟୁନିଟି ସେଣ୍ଟର ଓ ଗାଧୋଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ ା ପରେ ସ୍ବାମୀ ବିବେକାନନ୍ଦ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ(ନିରତାର) ସେଣ୍ଟର, ତେଲିଗୋଠପଡା ଓ ମହାଲକ୍ଷ୍ମୀନଗର ପରିଦର୍ଶନ କରିଥିଲେ ା କେତେକ ବୁଦ୍ଧିଜୀବୀ ତଥା ଗ୍ରାମବାସୀଙ୍କ ଅନୁରୋଧକ୍ରମେ ମିଶ୍ର ଗନ୍ଧରେଲ ପରିଦର୍ଶନ କରିଥିଲେ ା