ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଖୋର୍ଦ୍ଧା ଅଫିସ,୨।୧୦: ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ଖୋର୍ଦ୍ଧା ଆନୁକୂଲ୍ୟରେ ଜିଲାସ୍ତରୀୟ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ସଂସ୍କୃତି ଭବନ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସନତ ମହାନ୍ତି ଉକ୍ତ ବୈଠକରେ ସଭାପତିତ୍ୱ କରିଥିଲେ।
ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର ମୁଖ୍ୟଅତିଥି, ପ୍ରଫେସର ନାରାୟଣ ରାଓ ମୁଖ୍ୟବକ୍ତା ଏବଂ ଅତିରିକ୍ତ ଜିଲାପାଳ ମନୋଜ ପାଢ଼ୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ ଆରମ୍ଭରୁ ଅତିଥିମାନେ ଗାନ୍ଧୀ, ଶାସ୍ତ୍ରିଜୀଙ୍କ ଫଟୋଚିତ୍ରରେ ପୁଷ୍ପ ସମର୍ପଣ ସହ ଦୀପ ପ୍ରଜ୍ବଳନ କରିଥିଲେ। ପଣ୍ଡିତ ସନାତନ ମିଶ୍ର
ଗୀତାପାଠ, ମୌଲାନା କୁଲିମଦ୍ଦିନ ସାହା କୋରାନ୍‌ ପାଠ ଏବଂ ସୀମିତ କୁମାର ଦାସ ବାଇବେଲ ପାଠ କରିଥିଲେ। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share