Categories: ଜାତୀୟ

ରାହୁଲ କରୁଛନ୍ତି ଛୋଟ ରାଜନୀତି: ଶାହା

ନୂଆଦିଲ୍ଲୀ,୨୮।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ନ୍ୟୁଜ ଏଜେନ୍ସି ଏଏନ୍‌ଆଇକୁ ଦେଇଥିବା ଏକ ସାକ୍ଷାତ୍‌କାରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଶାହା କହିଛନ୍ତି ଚାଇନା ବିବାଦକୁ ନେଇ ରାହୁଲ ହୀନ ରାଜନୀତି କରୁଛନ୍ତି। ଏହାକୁ ନେଇ ଯଦି ଆଲୋଚନା କରିବାର ଅଛି ତେବେ ରାହୁଲ ସଂସଦ ଆସନ୍ତୁ। ଆମେ ସବୁ ପ୍ରକାର ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ। ହେଲେ ଯେତେବେଳେ ଦେଶ ଚାଇନା ବିରୋଧରେ ଯୁଦ୍ଧ ଲାଗି ପ୍ରସ୍ତୁତ ହେଉଛି ସେତେବେଳେ ରାହୁଲଙ୍କ ବୟାନ ପାକିସ୍ତାନ ଓ ଚାଇନାକୁ ଖୁସି କରୁଛି। ୧୯୬୨ରୁ ଏପର୍ଯ୍ୟନ୍ତ ଯାହା ଘଟିଛି ସଂସଦରେ ସବୁର ଆଲୋଚନା ପାଇଁ ମୋଦି ସରକାର ପ୍ରସ୍ତୁତ ବୋଲି ଶାହା କହିଛନ୍ତି। ଯେତେବେଳେ ଯବାନ ସୀମାରେ ସଂଘର୍ଷ କରୁଛନ୍ତି, ସରକାର ଉଚିତ ପଦକ୍ଷେପ ନେଉଛନ୍ତି ସେତେବେଳେ ରାହୁଲ ପାକିସ୍ତାନ ଓ ଚାଇନାକୁ ଖୁସି କରୁଛନ୍ତି ବୋଲି ସେ କହିଛନ୍ତି। ହେଲେ ଏହା ଆମେ ସ୍ପଷ୍ଟ କରୁଛି କି ମୋଦିଙ୍କ ନେତୃତ୍ୱାଧିନ ସରକାର ୨ଟି ଯାକ ଯୁଦ୍ଧରେ ବିଜୟୀ ହେବ। କିନ୍ତୁ ଏହି ସମୟରେ ରାହୁଲଙ୍କ ଏହି ରାଜନୀତି ଆଦୌ ଠିକ୍‌ ନୁହେଁ ବୋଲି ଶାହା କହିଛନ୍ତି।

Share