Posted inଜାତୀୟ

ୟୁଜ୍‌ ଆଣ୍ଡ୍‌ ଥ୍ରୋ’କୁ ବିଶ୍ୱାସ କରନ୍ତି ଗାନ୍ଧୀ ପରିବାର: ଭାଜପା

ନୂଆଦିଲ୍ଲୀ,୨୪ା୨: ଆସନ୍ତା ଲୋକ ସଭା ନିର୍ବାଚନକୁ ନେଇ କଂଗ୍ରେସ ଏବଂ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ମଧ୍ୟରେ ସପ୍ତାହେ ଧରି ଚାଲିଥିବା ବିବାଦ ଶନିବାର ଶେଷ ହୋଇଛି। ଇଣ୍ଡିଆର ଉଭୟ ଦଳ କଂଗ୍ରେସ ଏବଂ ଏଏପି ଆନୁଷ୍ଠାନିକ ଭାବେ ଦିଲ୍ଲୀ, ଗୁଜରାଟ, ହରିୟାଣା, ଚଣ୍ଡିଗଡ଼ ଏବଂ ଗୋଆ ପାଇଁ ସିଟ୍‌ ବଣ୍ଟନ ଉପରେ ଚୁକ୍ତିନାମା ଘୋଷଣା କରିଛନ୍ତି। ଗୁଜରାଟର ୨୬ଟି ଲୋକ ସଭା ଆସନ ମଧ୍ୟରୁ ୨୪ଟିରେ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଏଏପି ଦୁଇଟି ଆସନରେ ପ୍ରାର୍ଥୀ ଦେବ।

ଏଥି ସହିତ କଂଗ୍ରେସ ଭରୁଚ ଆସନକୁ ଏଏପିକୁ ଦେଇଛି। ଭରୁଚ ଆସନ ଏଏପିକୁ ଦିଆଯିବା ପରେ ପୂର୍ବତନ କଂଗ୍ରେସ ନେତା ତଥା ବର୍ତ୍ତମାନ ଭାଜପା ମୁଖପାତ୍ର ଜୟବୀର ଶେର୍‌ଗିଲ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟ କଂଗ୍ରେସକୁ ଟାର୍ଗେଟ କରିଛନ୍ତି।

ରାହୁଲ ଗାନ୍ଧୀଙ୍କୁ ଲକ୍ଷ୍ୟ କରି ଜୟବୀର କହିଛନ୍ତି, କଂଗ୍ରେସ ଦଳ ପାଇଁ ଜୀବନ ଦେଇଥିବା ଅହମ୍ମଦ ପଟେଲଙ୍କ ଦୀର୍ଘ ଦିନର ଗଡ଼ ଏଏପିକୁ ହସ୍ତାନ୍ତର କରି ପ୍ରତିଶୋଧ ନେଇଛି।

ରାହୁଲଙ୍କ ଉପରେ ଖୋଳତାଡ଼ କରି ସେ କହିଛନ୍ତି, ଏହି ଆସନ ସହିତ ତାଙ୍କର ଦୀର୍ଘ ସମୟ ଧରି ସମ୍ପର୍କ ଅଛି। ବର୍ତ୍ତମାନ ଦଳ ଏହାକୁ ଏଏପି ଆକାଉଣ୍ଟରେ ରଖି ସ୍ବର୍ଗତ ଅହମ୍ମଦ ପଟେଲଙ୍କ ପରିବାରକୁ ଅପମାନିତ କରିବାକୁ ଚେଷ୍ଟା କରିଛି। ସେ ଅଭିଯୋଗ କରିଛନ୍ତି ଯେ, ଗାନ୍ଧୀ ପରିବାର ୟୁଜ୍‌ ଆଣ୍ଡ୍‌ ଥ୍ରୋ’ରେ ବିଶ୍ୱାସ କରନ୍ତି। ସେ କହିଛନ୍ତି, ପାର୍ଟି ପ୍ରଥମେ ଯାହାକୁ ବହୁଳ ଭାବରେ ବ୍ୟବହାର କରେ ଏବଂ ଯେତେବେଳେ ତାଙ୍କର ଉଦ୍ଦେଶ୍ୟ ପୂରଣ ହୁଏ ସେତେବେଳେ ତାଙ୍କୁ ଫିଙ୍ଗିଦିଏ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri