କେନ୍ଦୁଝର,୨।୧୦(ସ୍ବ.ପ୍ର.): ଆସ ଶୁଣିବା ଗାନ୍ଧୀ କଥା ବିଚାର ମଞ୍ଚ ତେଲକୋଇ ବ୍ଲକ ବନବିହାରୀପୁର ଗ୍ରାମରେ ଆରଭିଡିଓ ପକ୍ଷରୁ ଶନିବାର ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗାନ୍ଧୀ ଦର୍ଶନରେ ଅନୁପ୍ରାଣିତ ହେବା ଲାଗି ଆଲୋଚନା ହୋଇଥିଲା। କୃଷ୍ଣଚନ୍ଦ୍ର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ବିମ୍ବାଧର ବେହେରା, ମୁଖ୍ୟବକ୍ତା ଭାବେ ଗାନ୍ଧୀ ଶାନ୍ତିକେନ୍ଦ୍ରର ସମ୍ପାଦକ ନିମାଇଁ ଚରଣ ଶତପଥୀ, ସମ୍ମାନିତ ଅତିଥି ଭାବେ ନରେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।