ଗାନ୍ଧୀ-ମଣ୍ଡେଲା ଭିତ୍ତି ଚିତ୍ର ଲୋକାର୍ପିତ…

କେପ୍‌ଟାଉନ୍‌, ୩।୯ : ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀ, ନେଲସନ୍‌ ମଣ୍ଡେଲା, ଦେଶମଣ୍ଡ୍‌ ଟୁଟୁ, ଅହମଦ କଥରାଡା ଏବଂ ଅନ୍ୟ ନେତାଙ୍କ ଭିତ୍ତି ଚିତ୍ର କାନ୍ଥରେ ଲୋକାର୍ପିତ କରାଯାଇଛି। ଏହାକୁ ମୂଳ ଭାରତୀୟ ଚିତ୍ରକର ନନ୍ଦା ସୋବେନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଗତ ବର୍ଷ ଦକ୍ଷିଣ ଆଫ୍ରିକାରେ ଘଟିଥିବା ହିଂସା ପରେ ସୋବେନ ଏଭଳି ଚିତ୍ର ପ୍ରସ୍ତୁତି କରିବା କାର୍ଯ୍ୟ ଆରମ୍ଭ କରିଥିଲେ।

ଭିତ୍ତି ଚିତ୍ର ମାଧ୍ୟମରେ ସେ ଦକ୍ଷିଣ ଆଫ୍ରିକାର ବିଭିନ୍ନ ସମୁଦାୟ ମଧ୍ୟରେ ଏକତା ପାଇଁ ସୃଷ୍ଟି ପାଇଁ ଉଦ୍ୟମ କରିଛନ୍ତି। ଦେଶରୁ ବର୍ଣ୍ଣବୈଷମ୍ୟ ଦୂର କରିବା ଲାଗି ବହୁ ନେତା ବଳିଦାନ ଦେଇଥିବା ସେ ଚିତ୍ର ମାଧ୍ୟମରେ ଦର୍ଶାଇଛନ୍ତି।

Share