ଓ୍ବାଶିଂଟନ,୧୨।୧୦ : ଆମେରିକାର ନ୍ୟୁ ଜର୍ସି, ଆଟଲାଣ୍ଟିକ ସିଟିରେ ମହାତ୍ମା ଗାନ୍ଧୀଙ୍କ ଜୀବନ ଏବଂ ବାର୍ତ୍ତା ପାଇଁ ଉତ୍ସର୍ଗୀକୃତ ଏକ ସଂଗ୍ରହାଳୟ ଲୋକାର୍ପିତ କରାଯାଇଛି। ଏନେଇ ଆୟୋଜିତ ଏକ ଉତ୍ସବରେ ନ୍ୟୁୟର୍କର କନସୁଲ ଜେନେରାଲ ଅଫ ଇଣ୍ଡିଆ ରଣଧୀର ଜୟସ୍ବାଲଙ୍କ ସମେତ ଭାରତୀୟ ଆମେରିକୀୟ ସମ୍ପ୍ରଦାୟର ବହୁ ପ୍ରଭାବଶାଳୀ ସଦସ୍ୟ ଯୋଗ ଦେଇଥିଲେ। ଏହି ସଂଗ୍ରହାଳୟ ଆଦିତ୍ୟ ର୍ବିଲା ଗ୍ରୁପ ସହିତ ମିଳିତ ଭାବେ ନ୍ୟୁ ଜର୍ସି ସ୍ଥିତ ଗାନ୍ଧୀ ସୋସାଇଟି ଦ୍ୱାରା ର୍ନିମାଣ କରାଯାଇଛି।
ଆମେରିକାର ଏହା ହେଉଛି ପ୍ରଥମ ସଂଗ୍ରହାଳୟ ଯାହାକି ଭାରତର ଜାତିର ପିତା ମହାତ୍ମା ଗାନ୍ଧୀ ପାଇଁ ଉତ୍ସର୍ଗୀକୃତ। ସଂଗ୍ରହାଳୟ ମାର୍ଟିନ ଲୁଥର୍ କିଙ୍ଗ ଫାଉଣ୍ଡେଶନ ସହିତ ମିଳିତ ହେବ ବୋଲି କୁହାଯାଉଛି। ଏଠାରେ ଆଧୁନିକ ଯୁଗର ଦୁଇଜଣ ମହାନ ବ୍ୟକ୍ତିଙ୍କ ଜୀବନ ଏବଂ ବାର୍ତ୍ତା ପ୍ରଦର୍ଶନ କରାଯିବ। ଏହି ସଂଗ୍ରହାଳୟ ଖୋଲିବା ପାଇଁ ଜୟସ୍ବାଲ ଗାନ୍ଧୀ ସୋସାଇଟି ଏବଂ ର୍ବିଲା ଗ୍ରୁପକୁ ପ୍ରଶଂସା କରିଛନ୍ତି।