ଗାନ୍ଧୀ ବାଦୀ ବିଚାରଧାରା ପ୍ରତି ହୋଇଛି ବିଶ୍ୱାସଘାତ: ଆମେରିକା ସାଂସଦ…

ଓ୍ବାଶିଂଟନ,୨୫।୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କଚ ଦଣ୍ଡାଦେଶ ଏବଂ ପରେ ଲୋକସଭା ସଦସ୍ୟତା ହରାଇବା ପ୍ରସଙ୍ଗରେ, ଭାରତରେ ସମଗ୍ର ବିରୋଧୀ ଦଳ ଏକଜୁଟ ହୋଇଛନ୍ତି। ଏପରି ସ୍ଥଳେ ଏହାକୁ ନେଇ ମିଳିତ ଜାତିସଂଘରୁ ଆମେରିକୀୟ ସାଂସଦଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ପ୍ରଭାବଶାଳୀ ଭାରତୀୟ-ଆମେରିକୀୟ ସାଂସଦ ରୋ ଖାନ୍ନା ରାହୁଲ ଗାନ୍ଧୀଙ୍କୁ ଲୋକସଭା ସଦସ୍ୟତା ରଦ୍ଦ ନେଇ କହିଛନ୍ତି ଏଭଳି ପଦକ୍ଷେପ ଗାନ୍ଧୀ ବିଚାରଧାରା ପ୍ରତି ଏକ ବିଶ୍ୱାସଘାତକତା।

ରୋ ଖାନ୍ନା ଟୁଇଟ କରି କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ସଂସଦର ସଦସ୍ୟତା ଅଯୋଗ୍ୟତା ଗାନ୍ଧୀ ଦର୍ଶନ ଏବଂ ଭାରତର ମୂଲ୍ୟବୋଧର ବିଶ୍ୱାସଘାତକତା ହୋଇଛି। ମୋ ଜେଜେବାପା ତାଙ୍କ ଜୀବନର ଗାନ୍ଧୀ ବିଚାରଧାରା ନେଇ ବହୁ ବର୍ଷ ଜେଲରେ ବିତାଇଥିଲେ। ଆମେରିକାର ପ୍ରତିନିଧି ସଭାରେ ରୋ ଖାନ୍ନା ସିଲିକନ ଭ୍ୟାଲିର ପ୍ରତିନିଧିତ୍ୱ କରନ୍ତି। ସେ ଭାରତ ଏବଂ ଭାରତୀୟ-ଆମେରିକୀୟଙ୍କ ଉପରେ ଆମେରିକାର କଂଗ୍ରେସ କୋକସର ଉପାଧ୍ୟକ୍ଷ ଅଛନ୍ତି। ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି।

ଅନ୍ୟ ଏକ ଟୁଇଟ ରୋ ଖାନ୍ନା କହିଛନ୍ତି, ଭାରତୀୟ ଗଣତନ୍ତ୍ରର ସ୍ବାର୍ଥରେ ଏହି ନିଷ୍ପତ୍ତିକୁ ଓଲଟାଇବାର କ୍ଷମତା ତୁମର ଅଛି। ସେ କହିଛନ୍ତି ଯେ ଭାରତରେ ଗଣତନ୍ତ୍ର ପାଇଁ ଏହା ଏକ ଦୁଃଖଦ ଦିନ। ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରି ମୋଦି ସରକାର ସମସ୍ତ ଭାରତୀୟଙ୍କ ସ୍ବାଧୀନ ବକ୍ତବ୍ୟ ତଥା ସ୍ବାଧୀନତାର ଅଧିକାର ପାଇଁ ମୃତ୍ୟୁର ଘଣ୍ଟି ସାବ୍ୟସ୍ତ ହୋଇଛି।

Share