Categories: ଜାତୀୟ

ବଳାତ୍କାର ମାମଲାରେ ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡ

ଗାନ୍ଧୀନଗର,୩୦।୧: ଏକ ଦଶନ୍ଧି ପୁରୁଣା ବଳାତ୍କାର ମାମଲାରେ ଗୁଜରାଟର ଏକ କୋର୍ଟ ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି। ମଙ୍ଗଳବାର ଗୁଜରାଟ ଗାନ୍ଧୀନଗରର ଆଡିଶନ୍‌ ଜିଲା ଏବଂ ସେସନ୍‌ କୋର୍ଟ ଆଶାରାମ ବାପୁଙ୍କ ବିରୋଧରେ ରାୟ ଶୁଣାଇ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ବଳାତ୍କାର ମାମଲାରେ ସୋମବାର ଆଶରାମଙ୍କୁ ଭର୍ଚୁଆଲ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଏହି ମାମଲାର ଶୁଣାଣି କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସୂଚନାଯୋଗ୍ୟ, ୨୦୧୩ରେ ଅହମ୍ମଦାବାଦ ମୋଟେରାରେ ଥିବା ବେଳେ ଆଶାରାମଙ୍କ ଉପରେ ସୁରଟର ଜଣେ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ କରିଥିବା ବେଳେ ତାଙ୍କ ସାନ ଭଉଣୀ ମଧ୍ୟ ନାରାୟଣ ସାଇଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିିଥିଲେ। ୨ଭଉଣୀ ବାପ ଓ ପୁଅଙ୍କ ବିରୋଧରେ ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯେଉଁଥିରେ ସାନ ଭଉଣୀର ଅଭିଯୋଗରେ ନାରାୟଣ ସାଇଙ୍କୁ ପୂର୍ବରୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରାଯାଇଥିବା ବେଳେ ବର୍ତ୍ତମାନ ବଡ଼ ଭଉଣୀର ଅଭିଯୋଗରେ ଆଶାରାମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ। ଅନ୍ୟପଟେ ସେସନ୍‌ କୋର୍ଟର ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ଆଶରାମ ବାପୁଙ୍କ ଓକିଲ କହିଛନ୍ତି।

Share