Categories: ଜାତୀୟ

ଦଳ ପାଇଁ ବଳିଦାନ ଦେବାକୁ ପ୍ରସ୍ତୁତ ଗାନ୍ଧୀ ପରିବାର

ନୂଆଦିଲ୍ଲୀ,୧୪।୩: କଂଗ୍ରେସ ଆନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ତାଙ୍କ ପରିବାର ସଦସ୍ୟ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ଅନୁଷ୍ଠିତ କଂଗ୍ରେସ ଓ୍ବାର୍କିଂ କମିଟି (ସିଡବ୍ଲ୍ୟୁସି)ରେ ଇସ୍ତଫା ପ୍ରସ୍ତାବ ଦେଇଥିଲେ। କିନ୍ତୁ ସିଡବ୍ଲ୍ୟୁସି ସର୍ବସମ୍ମତି କ୍ରମେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା ବୋଲି ଜଣେ ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୋଧୁରୀ କହିଛନ୍ତି।

“ବୈଠକରେ କଂଗ୍ରେସ ଆନ୍ତରୀଣ ସଭାପତି ସୋନିଆ ଗାନ୍ଧୀ କହିଥିଲେ, ସେ ତାଙ୍କ ପରିବାର ସଦସ୍ୟ ରାହୁଲ ଏବଂ ପ୍ରିୟଙ୍କାଙ୍କ ସହିତ ଦଳ ପାଇଁ ସେମାନଙ୍କ ପଦବିରୁ ବଳିଦାନ ଦେବାକୁ ପ୍ରସ୍ତୁତ। କିନ୍ତୁ ଆମେ ସମସ୍ତେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲୁ” ବୋଲି ସିଡବ୍ଲ୍ୟୁସି ବୈଠକ ପରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୋଧୁରୀ କହିଛନ୍ତି। ନିକଟରେ ୫ ରାଜ୍ୟର ନିର୍ବାଚନ ଫଳାଫଳକୁ ଦଳ ପାଇଁ ଗଭୀର ଚିନ୍ତାର କାରଣ ବୋଲି କମିଟି ପକ୍ଷରୁ କୁହାଯାଇଛି।

Share