ଜେଲରେ ଅସୁସ୍ଥ ହୋଇପଡ଼ିଲେ ଅଭିନେତ୍ରୀ: ଅଶ୍ଲୀଳ ଭିଡିଓ ଅପଲୋଡ କରି ହୋଇଥିଲେ ଗିରଫ

ଅଶ୍ଲୀଳ ଭିଡିଓ ମାମଲାରେ ଗିରଫ ହୋଇଥିବା ଟିଭି ଅଭିନେତ୍ରୀ ଗହନା ବରିଷ୍ଠ ଭାୟଖଲା ଜେଲରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଜେଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଅଭିନେତ୍ରୀ ଗହନା ଅଶ୍ଲୀଳ ଭିଡିଓ ଶୁଟିଂ ଏବଂ ଓ୍ବେବ୍‌ସାଇଟ୍‌ରେ ଅପଲୋଡ କରିବା ଅଭିଯୋଗରେ ଗତ ଶନିବାର ମୁମ୍ବାଇ ପୋଲିସର ପ୍ରପର୍ଟି ସେଲ ଦ୍ୱାରା ଗିରଫ ହୋଇଥିଲେ। ତେବେ କିଛି ଦିନ ପୂର୍ବେ ସେ କରୋନା ପଜିଟିଭ ହୋଇଥିଲେ। ଏହା ଜଣାପଡ଼ିବା ପରେ ତାଙ୍କୁ ପଚରାଉଚରା କରିଥିବା ୬ ଜଣ ପୋଲିସ ଅଧିକାରୀ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି।

Share