Categories: ଖେଳ

ଗନେମତ୍‌-ଅଙ୍ଗଦ ଯୋଡ଼ିଙ୍କୁ ମିକ୍ସଡ ସ୍କିଟ୍‌ରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୨୪ା୩ (ପି.ଟି.)-ଚଳିତ ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ରେ ଭାରତୀୟ ଶୁଟରମାନଙ୍କ ସ୍ବର୍ଣ୍ଣ ଅଭିଯାନ ଜାରି ରହିଛି। ମଙ୍ଗଳବାର ଗନେମତ୍‌ ସେଖୋଁ ଓ ଅଙ୍ଗଦ ବୀର ସିଂ ବାଜଓ୍ବା ସ୍କିଟ୍‌ ମିକ୍ସଡ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ପାଇଛନ୍ତି। ୨୦ ବର୍ଷୀୟା ଗନେମତ ଏବଂ ୨୫ ବର୍ଷୀୟ ଅଙ୍ଗଦ କ୍ୱାଲିିଫିକେଶନରେ ୧୪୧ ସ୍କୋର ସହ ଟପ୍‌ରେ ରହିଥିଲା। ସ୍ବର୍ଣ୍ଣ ପଦକ ମୁକାବିଲାରେ ଏହି ଯୋଡ଼ି କାଜାଖସ୍ତାନର ଓଲ୍‌ଗା ପାନାରିନା ଓ ଆଲେକ୍‌ଜାଣ୍ଡର ୟେସେଙ୍କୋଙ୍କୁ ୩୩-୨୯ରେ ହରାଇ ଦେଇଥିଲେ। ମଙ୍ଗଳବାର ଫଳାଫଳ ସହ ଟେବୁଲ ଟପ୍ପର ଭାରତର ସ୍ବର୍ଣ୍ଣ ସଂଖ୍ୟା ୭ରେ ପହଞ୍ଚତ୍ଛି। ଆୟୋଜକ ଦେଶ ୪ ରୌପ୍ୟ ଓ ସମାନ ସଂଖ୍ୟକ ବ୍ରୋଞ୍ଜ ମଧ୍ୟ ଜିତିଛି। ଫଳରେ ଟୁର୍ନାମେଣ୍ଟରେ ଦେଶର ପଦକ ସଂଖ୍ୟା ୧୫ରେ ପହଞ୍ଚତ୍ଛି। ଡକ୍ଟର କାର୍ନି ସିଂ ଶୁଟିଂ ରେଞ୍ଜ୍‌ରେ ଅନ୍ୟ ଭାରତୀୟ ଯୋଡ଼ି ପରିନାଞ୍ଜ ଧାଲିଓ୍ବାଲ ଏବଂ ମୈରାଜ ଅହମ୍ମଦ ଖାଁ ଅଳ୍ପକେ ବ୍ରୋଞ୍ଜରୁ ବଞ୍ଚତ୍ତ ହୋଇଛନ୍ତି। କାତାରର ରିମ୍‌ ଏ. ଶାରଶାନି ଓ ରସିଦ ହମାଦ ୩୨ ସ୍କୋର ସହ ବ୍ରୋଞ୍ଜ ଜିତିଥିବାବେଳେ ଭାରତୀୟ ଟିମ୍‌ ୩୧ ସ୍କୋର କରିଥିଲା।

Share