ବିଦାୟ ନେଲେ ପିଲା ଗଣେଶ

ଭଦ୍ରକ,୧୭ା୧୦(ସନାତନ ରାଉତ): ଭଦ୍ରକ ପୌରାଞ୍ଚଳର କୁଆଁସଠାରେ ଏକମାସ ଧରି ପୂଜା ପାଇ ଆସୁଥିବା ପିଲା ଗଣେଶଙ୍କୁ ଧୁମ୍‌ଧାମରେ ବିଦାୟ ଦିଆଯାଇଛି। ପୂଜା ମଣ୍ଡପଠାରୁ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇ ସହର ପରିକ୍ରମା କରିବା ପରେ ସାଳନ୍ଦୀ କୁଆଁସ ଘାଟରେ ବିସର୍ଜନ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲା ସମେତ ରାଜ୍ୟ ବାହାରୁ ସିଂହବାଜା, ମାଦଳବାଜା ଓ ବିିଭିନ୍ନ ପାରମ୍ପରିକ ବେଶଭୂଷାରେ ସୁସଜ୍ଜିତ ହୋଇ ନୃତ୍ୟ ସଙ୍ଗୀତ, ମୟୂରଭଞ୍ଜ ଜିଲାର ଆଦିବାସୀ ନୃତ୍ୟ ଓ ଅଘୋରି ନୃତ୍ୟ ସହରକୁ ପ୍ରକମ୍ପିତ କରିବା ସହ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା। ଭସାଣିର ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଟାଉନ ପୋଲିସ ପକ୍ଷରୁ ୨୦ ପ୍ଲାଟୁନ ଫୋସର୍ର୍ ମୁତୟନ କରାଯାଇଥିଲା। କମିଟି ସଭାପତି ସଞ୍ଜୀବ କୁମାର ଦାସ, ସମ୍ପାଦକ ପ୍ରଭାତ ମହାନ୍ତି ଓ ଅଭିନାଶ ପଟ୍ଟନାୟକଙ୍କ ସମେତ କମିଟିର କର୍ମକର୍ତ୍ତାଙ୍କ ତତ୍ତ୍ୱାବଧାନରେ ଭସାଣି କାର୍ଯ୍ୟକ୍ରମ ହୋଇଥିଲା।