ରାସ୍ତାରେ ବୁଲୁଛି ଗଣେଶ

ଭବାନୀପାଟଣା,୧।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟସ୍ଥ ଫୁର୍ଲିଝରନ ରାସ୍ତାରେ ଏବେ ଗଣେଶ ନାମକ ଏକ ହାତୀ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି। ଫଳରେ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ଉତ୍ସାହର ସହ ଏହି ମନୋରମ ଦୃଶ୍ୟକୁ ନିଜ ମୋବାଇଲ କ୍ୟାମେରାରେ ଫଟୋ ଉଠାଉଛନ୍ତି। ଏହି ହାତୀର ଗୋଟିଏ ପଟର ଦାନ୍ତ (କିସା) ରହିଥିବାବେଳେ ଅନ୍ୟ ପଟେ ନାହିଁ। ଗୋଟିଏ ଦାନ୍ତ ଥିବାରୁ ଏହି ହାତୀକୁ ବନ ବିଭାଗ ପ୍ରଭୁ ଗଣେଶଙ୍କ ନାମ ଦେଇଛି। ଏହି ହାତୀ ଜଙ୍ଗଲ ରାସ୍ତାରେ ବୁଲୁଥିବାବେଳେ କାହାର କ୍ଷତି କିମ୍ବା ଆକ୍ରମଣ କରେନାହିଁ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି।

Share