Posted inଫୁରସତ

ଆସୁଛି ଗଣେଶ ପୂଜା: ଜାଣନ୍ତୁ ଗଜାନନଙ୍କ କେଉଁ ଫୁଲ ପ୍ରିୟ

ଫୁଲକୁ ଶୁଦ୍ଧତା ଓ ପବିତ୍ରତାର ପ୍ରତୀକ ବୋଲି କୁହାଯାଇଥାଏ। ଖାସ୍‌ ଏହି କାରଣ ପାଇଁ ଦେବଦେବୀଙ୍କ ପୂଜା ହେଉ ଅଥବା ଅନ୍ୟ ଯେକୌଣସି ଶୁଭକାର୍ଯ୍ୟରେ ଫୁଲର ଆବଶ୍ୟକତା ପଡ଼ିଥାଏ। ତେବେ ପ୍ରତି ଦେବଦେବୀଙ୍କର କିଛି ଖାସ୍‌ ପ୍ରିୟ ଫୁଲ ଥାଏ; ଆଉ ତାଙ୍କ ମନ ଜାଣି ଫୁଲ ଅର୍ପଣ କଲେ ଆଶୀର୍ବାଦପ୍ରାପ୍ତ ହୋଇଥାଏ। ଯେମିତିକି ପ୍ରଭୁ ଗଣେଶଙ୍କର ନାଲିରଙ୍ଗର ଫୁଲ ଖୁବ୍‌ ପସନ୍ଦ। ଖାସ୍‌କରି ନାଲି ମନ୍ଦାର ପ୍ରଭୁ ଗଣେଶଙ୍କୁ ଅର୍ପଣ କଲେ ଜୀବନରେ ଉନ୍ନତି ଆସିଥାଏ ବୋଲି ବିଶ୍ୱାସ ରହିଛି। ଏହାଛଡ଼ା ଗେଣ୍ଡୁଫୁଲ, ପାରିଜାତ, ଅପରାଜିତା, ମଲ୍ଲି ତଥା ହଳଦିଆ ରଙ୍ଗର ସେବତୀ ଫୁଲ ବି ପ୍ରଭୁ ଗଣେଶଙ୍କୁ ଅର୍ପଣ କରିପାରିବେ। ବିଶ୍ୱାସ ରହିଛି, ପ୍ରଭୁ ଗଣେଶଙ୍କୁ ହଳଦିଆ ସେବତୀ ଅର୍ପଣ କଲେ କୁଦୃଷ୍ଟିରୁ ରକ୍ଷା ମିଳିଥାଏ। ମଲ୍ଲିଫୁଲ ଅର୍ପଣ କଲେ ସୁଖଶାନ୍ତି ବୃଦ୍ଧି ପାଇଥାଏ। ଅନ୍ୟପକ୍ଷେ ଗେଣ୍ଡୁଫୁଲ ଅର୍ପଣ କଲେ ସକାରାତ୍ମକ ଭାବନା ବୃଦ୍ଧି ପାଉଥିବାବେଳେ ପାରିଜାତ ଫୁଲ ସୌଭାଗ୍ୟକୁ ଆମନ୍ତ୍ରିତ କରିଥାଏ। ସେହିପରି ଅପରାଜିତା ଫୁଲ ଅର୍ପଣ କରି ପ୍ରଭୁ ଗଣେଶଙ୍କୁ ଭକ୍ତିର ସହ ପୂଜିଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ଲୋକବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଆସୁଛି କି ସାପ ସ୍ବପ୍ନ, ନାଗ ଦେଖୁଥିଲେ…

ପ୍ରତ୍ୟେକ ବ୍ୟକ୍ତି ଶୋଇଥିବା ବେଳେ ନିଦରେ ସ୍ବପ୍ନ ଦେଖିଥାନ୍ତି। ବିଶ୍ୱାସ କରାଯାଏ କି, ଏହି ସ୍ବପ୍ନ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସମ୍ପର୍କରେ ଆମକୁ କିଛି...

ବିଶ୍ୱର ସବୁଠୁ ଶୂନ୍‌ଶାନ ଦେଶ କିଏ ଜାଣନ୍ତି

ଦୁନିଆରେ ଏକ ଶୂନ୍‌ଶାନ ଦେଶ ଅଛି। ଏହା ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ସତ୍ୟ। ମଙ୍ଗୋଲିଆ ଶୂନ୍‌ଶାନ ଦେଶ ଭାବେ ଜଣାଶୁଣା। ଏହି ଦେଶର...

କିପରି ମଦ ପିଇବା ପରେ ସତ କୁହନ୍ତି ଲୋକେ, ରିସର୍ଚ୍ଚରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୩।୯: ସାରା ବିଶ୍ୱରେ ଧୀରେ ଧୀରେ ମଦ୍ୟପାନ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଲୋକମାନେ ମଦ୍ୟପାନ...

ଜାତୀୟ ଏକତାକୁ ମଜଭୁତ କରେ ହିନ୍ଦୀ ଭାଷା

ହିନ୍ଦୀ ଭାଷା ଆମ ଦେଶର ସରକାରୀ ଭାଷା ମଧ୍ୟରୁ ଅନ୍ୟତମ। ବର୍ତ୍ତମାନ ଇଂରାଜୀ ଏବଂ ମାଣ୍ଡାରିନ ପରେ ହିନ୍ଦୀ ହେଉଛି ବିଶ୍ୱର ତୃତୀୟ ସର୍ବାଧିକ କଥିତ...

୭ ମାସରେ କମାଇଲେ ୧୧୩ କେ.ଜି. ଓଜନ

ୱାଶିଂଟନ: ୟୁଟ୍ୟୁବର ନିକୋକାଡୋ ଆଭୋକାଡୋ ମାତ୍ର ୭ ମାସ ମଧ୍ୟରେ ନିଜର ୧୧୩ କିଲୋଗ୍ରାମ ଓଜନ ହ୍ରାସ କରି ସମସ୍ତଙ୍କୁ ଚକିତ କରିଛନ୍ତି। ସେ ତାଙ୍କର...

ଗୁମ୍ଫା ଭିତରେ ରହସ୍ୟମୟ ସେତୁ

ମାଡ୍ରିଡ୍‌: ସ୍ପେନ୍‌ର ମାଲୋର୍କା ଦ୍ୱୀପରେ ଥିବା ଜେନୋଭେସା ଗୁମ୍ଫାର ଗଭୀରରେ ପୋତି ହୋଇ ରହିଥିବା ଏକ ପ୍ରାଚୀନ ସେତୁକୁ ନେଇ ଜର୍ନାଲ କମ୍ୟୁନିକେଶନ ଆର୍ଥ୍‌ ଆଣ୍ଡ୍‌ ଏନ୍‌ଭାଇରନ୍‌ମେଣ୍ଟ...

ସ୍ତ୍ରୀଙ୍କ ପାଖରେ ଥିଲେ ଏହି ୪ ଗୁଣ, ଭାଗ୍ୟବାନ ହେବେ ସ୍ବାମୀ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ମାଧ୍ୟମରେ ଚନ୍ଦ୍ରଗୁପ୍ତଙ୍କୁ ଅଖଣ୍ଡ ଭାରତର ସମ୍ରାଟ କରିଥିଲେ। ଯଦି ଜଣେ ବ୍ୟକ୍ତି ତାଙ୍କର ନୀତିକୁ ଅନୁସରଣ କରନ୍ତି ତେବେ ସେ...

ଲଣ୍ଡନରୁ ଭିଡିଓ ପଠାଇ ଛାଡ଼ପତ୍ର ଦେଲେ ଏନଆର୍‌ଆଇ ସ୍ବାମୀ, ଜାଣନ୍ତୁ କେମିତି…

ବର୍ତ୍ତମାନ ବିବାହ ଏବଂ ବିଚ୍ଛେଦ ଏକ ସଧାରଣ କଥା। ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ମନାନ୍ତର ମତାନ୍ତର ହେଲେ ସୋମାନେ କୋର୍ଟ ଯାଇ ଛାଡପତ୍ର  ନେଉଛନ୍ତି।  ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri