ଗଣେଶ ଭସାଣିକୁ ନେଇ ହଣାକଟା

ପାରାଦୀପ.୧୩।୯(ଶରତ ରାଉତ): ପାରାଦୀପ ଜଟାଧାର ମୁହାଣ ସାମୁଦ୍ରିକ ଥାନା ଅନ୍ତର୍ଗତ ଷଣ୍ଢକୁଦ ବସ୍ତିରେ ଗୁରୁବାର ରାତି ୯ଟାରେ ଗଣେଶ ମୂର୍ତ୍ତି ଭସାଣିକୁ ନେଇ ଗଣ୍ଡଗୋଳ ହୋଇଛି। ଏଥିରେ ନୋଳିଆ ସମ୍ପ୍ରଦାୟର ୨ ଗୋଷ୍ଠୀ ହଣାକଟା ହୋଇଛନ୍ତି। ଫଳରେ ୨ ଜଣ ଗୁରୁତର ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ଗୁରୁତର ଦ୍ୱୟ ହେଲେ ସ୍ଥାନୀୟ ଅଞ୍ଚଳର ପାରା ଧନରାଜୁ ଓ କାମ୍ବଲା ବାମିନୁ। ଅନ୍ୟମାନଙ୍କ ନାମ ଜଣାପଡ଼ିନାହିଁ।
ଘଟଣାସ୍ଥଳରେ ଜଗତ୍‌ସିଂହପୁର ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ସମେତ ପାରାଦୀପ ଆଦର୍ଶ ଥାନା ଓ ଜଟାଧାର ମୁହାଣ ସାମୁଦ୍ରିକ ଥାନା ପୋଲିସ ମୁତୟନ ହୋଇଛନ୍ତି। ଗଣ୍ଡଗୋଳ ପଛରେ ରାଜନୈତିକ କାରଣ ଥିବା ଜଣାପଡ଼ିଛି। ବିଜେଡି ଓ ଭାଜପାର ୨ ଜଣ ଆଗଧାଡ଼ିର କର୍ମୀଙ୍କ ପାଇଁ ଏହି ଗଣ୍ଡଗୋଳ ହୋଇଥିବା ଚର୍ଚ୍ଚା ହେଉଛି। ଜଣେ ପୂର୍ବତନ କାଉନ୍‌ସିଲର ଓ ପାରାଦୀପର ପୂର୍ବତନ ବିଧାୟକଙ୍କ ଅନୁଗତ ହେଇଥିବାବେଳେ ଅନ୍ୟ ଜଣେ ଭାଜପା କର୍ମୀ ଏବଂ ସେ ଶିଳ୍ପ ମନ୍ତ୍ରୀଙ୍କ ଦୃଢ଼ ସମର୍ଥକ ବୋଲି ଜଣାପଡ଼ିଛି। ଉଭୟ ଗୋଷ୍ଠୀର ପିଲାମାନେ ବୁଧବାର ହୋଇଥିବା ରାଜନୈତିକ ବୈଠକକୁ ଯାଇ ଫେରିବା ବେଳେ କଥା କଟାକଟିକୁ ନେଇ ଗଣ୍ଡଗୋଳ ହୋଇଥିଲା। ଗୁରୁବାର ଗଣେଶ ମୂର୍ତ୍ତି ଭସାଣି ସମୟରେ ପୂର୍ବ ଘଟଣାକୁ ନେଇ ପୁନର୍ବାର ମାଡ଼ଗୋଳ ହୋଇଥିଲେ। ଏହାପରେ ବିଭିନ୍ନ ମାରଣାସ୍ତ୍ରରେ ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ। ରିପୋର୍ଟ ଲେଖା ହେବା ସୁଦ୍ଧା ଘଟଣା ସ୍ଥଳରେ ପରିସ୍ଥିତି ଉତ୍ତେଜନାମୂଳକ ଥିବାବେଳେ ସେଠାରେ ପୋଲିସ ଫୋର୍ସ ମୁତୟନ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ ବର୍ଷ ଦେଶସେବା ସାରି ଭିଟାମାଟିକୁ ଫେରିଲେ ଯବାନ,ଗାଁ ଦାଣ୍ଡରେ…

କୋକସରା,୩ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ବଙ୍ଗୋମୁଣ୍ଡା ଗ୍ରାମର ସ୍ବର୍ଗତ ହୃଷୀକେଶ ଦଳପତିଙ୍କ ବଡ଼ପୁଅ ଭୋଳାନାଥ ଦଳପତି ଭାରତ...

ମେଗାଲିଫ୍ଟ କେନାଲରୁ ୩ ବ୍ଲକକୁ ଜଳସେଚନ ଦାବି: ଏନ୍‌ଏଚ୍‌ ଅବରୋଧ କଲା ଚାଷୀ ସଙ୍ଗଠନ

କୋକସରା,୩ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଚଳିତବର୍ଷ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର କମ୍‌ ଥିବା ଦର୍ଶାଇ ଇନ୍ଦ୍ରାବତୀ ମେଗାଲିଫ୍ଟ କର୍ତ୍ତୃପକ୍ଷ ରବି ଚାଷ ପାଇଁ ଜଳସେଚନ ବନ୍ଦ...

ଧର୍ମଘଟରୁ ଓହରିଲେ ବଙ୍ଗୀୟ ଆଳୁ ବ୍ୟବସାୟୀ, ଓଡ଼ିଶାକୁ ରପ୍ତାନୀ ନେଇ ନରମି ପାରନ୍ତି ମମତା

ଭୋଗରାଇ, ୩।୧ ୨( ପ୍ରଦୀପ ଦାସ ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟର ଆଳୁର ଅଭାବ ଓ ବଜାର ଦର ନିୟନ୍ତ୍ରଣ ଲାଗି...

ବାଇକ୍‌ରେ ୩ ସାଙ୍ଗ ଆସୁଥିବା ବେଳେ ବସ୍‌ ସହ ଧକ୍କା: ଚାଲିଗଲା ଜଣଙ୍କ ଜୀବନ, ଆଉ ଦୁଇ ଗୁରୁତର

ଭୋଗରାଇ, ୩l୧୧( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଜଳେଶ୍ୱର – ଚନ୍ଦନେଶ୍ୱର ୫୭ ନଂ ରାଜ୍ୟପଥ ଥାନା ଛକ ଦେହୁର୍ଦ୍ଦା ହନୁମାନ...

ଜାତୀୟସ୍ତରରେ କବାଡ଼ି ଖେଳିବେ ଦାରିଙ୍ଗବାଡ଼ିର ଛାତ୍ର ‘ଅଭିଜ୍ଞାନ’, ଛୁଟୁଛି ପ୍ରଶଂସାର ସୁଅ

ଦାରିଙ୍ଗବାଡି, ୩।୧୨ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଡ଼ଃ ଭୀମାରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଏବେ ରାଜ୍ୟସ୍ତରୀୟ କବାଡି ଦଳରେ ସାମିଲ ହୋଇଛନ୍ତି।...

ଦାରିଙ୍ଗବାଡ଼ିରେ କଣ୍ଠଶିଳ୍ପୀ ଅସୀମା ପଣ୍ଡା: କଫି ବଗିଚା-ଡୁଲୁରୀ ପାଇନ ବଣ ବୁଲିଲେ, ପ୍ରଶଂସକଙ୍କ ସହ ନେଲେ ସେଲ୍‌ଫି

ଦାରିଙ୍ଗବାଡି, ୩।୧୨ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ମଙ୍ଗଳବାର ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ବୁଲିବାକୁ ଆସିଛନ୍ତି। ସେ ଦାରିଙ୍ଗବାଡିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା...

ନୌସେନା ଦିବସ ପାଇଁ କାଲି ସବୁ ସ୍କୁଲ ଛୁଟି ଘୋଷଣା

ପୁରୀ,୩।୧୨: ଡିସେମ୍ବର ୪ ଅର୍ଥାତ୍‌ ଆସନ୍ତାକାଲି ପୁରୀ ବେଳାଭୂମିରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା। ଏନେଇ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଏଥିପାଇଁ କାଲି...

ସହକାରୀ ଯନ୍ତ୍ରୀଙ୍କ ପୁଳା ପୁଳା ସମ୍ପତ୍ତି: ତିନି ବିଶାଳ କୋଠା ସହିତ ୧୮ ପ୍ଲଟ୍, କେଜିଏ ସୁନା ଜବତ

ଭୁବନେଶ୍ୱର,୩।୧୨: ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଛନ୍ତି ଜୟପୁର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର। ମାତ୍ର ଦଶ ବର୍ଷର ଚାକିରିରେ ସେ ଆୟ ବହିର୍ଭୁତ ସମ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri