Posted inଜାତୀୟ

ୱାଲମାର୍ଟ ସାଇଟରେ ଗଣେଶ ପ୍ରିଣ୍ଟେଡ ସ୍ଲିପର, ଅନ୍ତଃବସ୍ତ୍ର ବିକ୍ରୀକୁ ନେଇ ବିବାଦ; ଫଟୋ ଭାଇରାଲ୍

ନୂଆଦିଲ୍ଲୀ, ୮।୧୨: ଆମେରିକାରେ ଇ-କମର୍ସ କମ୍ପାନୀ ୱାଲମାର୍ଟ ହିନ୍ଦୁ ସମ୍ପ୍ରଦାୟ ଆକ୍ରୋଶର ଶିକାର ହୋଇଛି। କମ୍ପାନୀ ସାଇଟରେ ଗଣେଶ ପ୍ରିଣ୍ଟେଡ ସ୍ଲିପର, ଅନ୍ତଃବସ୍ତ୍ର ବିକ୍ରି ପାଇଁ ଲାଗିବାରୁ ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ରିପୋର୍ଟ ଅନୁଯାୟୀ ସ୍ଲିପର, ଅନ୍ତଃବସ୍ତ୍ର, ସ୍ୱିମ୍ସୁଟ୍ ଏବଂ ଅନ୍ୟାନ୍ୟ ସାମଗ୍ରୀରେ ଗଣେଶ ପ୍ରିଣ୍ଟ ହୋଇଥିବା ଦେଖିବାକୁ ମିଳିଛି, ଯାହାର ଫଟୋ ସବୁ ଏବେ ଭାଇରାଲ୍ ହେଉଛି।

ଫଟୋ ଗୁଡ଼ିକ ଭାଇରାଲ ହେବା ପରେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଇ-କମର୍ସ କମ୍ପାନୀକୁ ସାଂସ୍କୃତିକ ଅଜ୍ଞତା ଏବଂ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଥିବା ଅଭିଯୋଗ କରିଛନ୍ତି। ୱାଲମାର୍ଟ ଏହି ବିବାଦୀୟ ଆଇଟମଗୁଡିକ ସାଇଟରୁ ହଟାଇବାକୁ ମଧ୍ୟ ସେମାନେ ଦାବି କରିଛନ୍ତି।

ପ୍ରବଳ ବିରୋଧ ପରେ ୱାଲମାର୍ଟ ସ୍ଲିପର, ସକ୍ସ, ଅନ୍ତଃବସ୍ତ୍ର ସମେତ ଅନେକ ଆଇଟମ୍ ସାଇଟରୁ ହଟାଇ ଦେଇଛି କିନ୍ତୁ ଗଣେଶ ପ୍ରିଣ୍ଟ ସ୍ୱିମ୍ସୁଟ୍ ପରି ଅନ୍ୟ କିଛି ଜିନିଷ ଏବେ ମଧ୍ୟ ବିକ୍ରୟ ପାଇଁ ଉପଲବ୍ଧ ରହିଛି।

ତେବେ ଏହା ପ୍ରଥମ ଥର ନୁହେଁ କି ହିନ୍ଦୁ ଦେବା ଦେବୀଙ୍କୁ ଏପରି ଭାବେ ବ୍ୟବହାର କରାଯାଇଛି। ଆଗରୁ ମଧ୍ୟ ଅନେକ ବାର ଏପରି ବିଭିନ୍ନ ଜିନିଷରେ ପ୍ରିଣ୍ଟ କରିବା କାରଣରୁ ବିବାଦ ଦେଖା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଗରିବୀ ହଟାଅ’ ସବୁଠୁ ବଡ଼ ଜୁମ୍‌ଲା: ମୋଦି

ନୂଆଦିଲ୍ଲୀ,୧୫।୧୨: ସମ୍ବିଧାନ ପ୍ରଣୟନକୁ ୭୫ ବର୍ଷ ପୂରିଥିବାବେଳେ ଏହାକୁ ନେଇ ଶୁକ୍ରବାରଠାରୁ ପାର୍ଲାମେଣ୍ଟରେ ଜୋର୍‌ଦାର ବିତର୍କ ଜାରି ରହିଛି। ଶନିବାର ଏହି ବିତର୍କର ଉତ୍ତର ରଖି...

କେନ୍ଦ୍ରାପଡ଼ା ଜିଲାକୁ ଅତ୍ୟଧିକ ବନ୍ୟା, ମରୁଡ଼ି ବିପଦ

ନୂଆଦିଲ୍ଲୀ,୧୫ା୧୨: ଓଡ଼ିଶାର କେନ୍ଦ୍ରାପଡ଼ା, ବିହାରର ପାଟନା ଏବଂ କେରଳର ଆଲାପୁଝା ସମେତ ୧୧ ଜିଲାକୁ ବନ୍ୟା ଓ ଅନାବୃଷ୍ଟିର ଅତ୍ୟଧିକ ବିପଦ ରହିଥିବା ନେଇ ଆଇଆଇଟି...

ଆୟୁଷ୍ମାନ ଭାରତ ଯୋଜନାରେ ୩ ଲକ୍ଷ ୪୨ ହଜାରରୁ ଅଧିକ ଠକେଇ ମାମାଲା, ୫୬ ହଜାର ନକଲି ଅସ୍ତ୍ରୋପଚାର

ନୂଆଦିଲ୍ଲୀ,୧୪।୧୨: ଭାରତ ସରକାରଙ୍କ ଏକ ପ୍ରମୁଖ ଯୋଜନା ମଧ୍ୟରୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେ) ଗତ ୫ବର୍ଷ ମଧ୍ୟରେ ବହୁ ଠକେଇ ହୋଇଛି।...

୧୬ରେ ଆସିବ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବିଲ୍‌

ନୂଆଦିଲ୍ଲୀ,୧୪ା୧୨: ଏକସଙ୍ଗେ ଦେଶରେ ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ କରାଇବା ପାଇଁ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ (ଓଏନ୍‌ଓଇ) ବିଲ୍‌ ସୋମବାର ଲୋକ...

ବୋର୍‌ କଲେ ମୋଦି, କାହିଁକି ଏମିତି କହିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୧୪।୧୨: ଲୋକ ସଭାରେ ସମ୍ବିଧାନ ଉପରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୧୦ ମିନିଟର ଦୀର୍ଘ ଭାଷଣରେ ୱାୟାନଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରତିକ୍ରିୟା...

ନାଗରିକ କର୍ତ୍ତବ୍ୟରୁ ନେଇ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଲକ୍ଷ୍ୟ ପର୍ଯ୍ୟନ୍ତ, ଲୋକ ସଭାରେ ମୋଦିଙ୍କ ୧୧ ସଂକଳ୍ପ

ନୂଆଦିଲ୍ଲୀ,୧୪।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର (୧୪ ଡିସେମ୍ବର ୨୦୨୪) ରେ ‘ସମ୍ବିଧାନର ୭୫ ବର୍ଷର ଗୌରବମୟ ଯାତ୍ରା’ ଉପରେ ଆଲୋଚନାରେ ଅଂଶଗ୍ରହଣ କରୁଥିବାବେଳେ ସମ୍ବିଧାନ,...

ଦୁଇ ଦିନ ହେବ ଇସ୍ତାନବୁଲରେ ଫସିଛନ୍ତି ଶହ ଶହ ଭାରତୀୟ, ଇଣ୍ଡିଗୋ ପଠାଇବ ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୧୪।୧୨: ବର୍ତ୍ତମାନ ଇସ୍ତାନବୁଲରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଇଣ୍ଡିଗୋ ରିଲିଫ ବିମାନ ପଠାଇବାକୁ ନିଷ୍ପତ୍ତି ନେଇଛି। ଗତ ଦୁଇ ଦିନ ମଧ୍ୟରେ...

ନିର୍ମାଣ ହେବ ଆଉ ଏକ ରାମ ମନ୍ଦିର! ମମତାଙ୍କୁ ଟାର୍ଗେଟ କଲା ଭାଜପା

କୋଲକାତା,୧୪।୧୨: ପଶ୍ଚିମବଙ୍ଗରେ ଏକ ବିଶାଳ ରାମ ମନ୍ଦିର ନିର୍ମାଣ ପାଇଁ ବିଜେପି ମଧ୍ୟ ଘୋଷଣା କରିଛି। ତ୍ରୁଣମୂଳ କଂଗ୍ରେସ ଏମପି ହୁମାୟୁ କବୀରଙ୍କ ବିବୃତ୍ତି ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri