ବାଲିଗୁଡ଼ା,୨୨ା୮(ଡି.ଏନ୍.ଏ.) : ଆଜି ପ୍ରଭୁ ଗଣେଶଙ୍କ ପୂଜା । ହେଲେ ଚଳିତ ବର୍ଷ ସମଗ୍ର କନ୍ଧମାଳ ଜିଲା ସମେତ ବାଲିଗୁଡ଼ା ଟାଉନରେ ଫିକା ପଡ଼ିଛି ଏହି ଉତ୍ସବ। ଏହାକୁ ନେଇ ନିରାଶ ହୋଇଛନ୍ତି ବାଲିଗୁଡ଼ା ବାସିନ୍ଦା। ଚଳିତ ବର୍ଷ କରୋନା କଟକଣା କାରଣରୁ ପୂଜା ମଣ୍ଡପରେ ସାଧାରଣ ଲୋକଙ୍କ ସମାଗମ ରୋକିବାକୁ ପୂଜା ଉପରେ ରୋକ ଲଗାଇଛି ଜିଲା ପ୍ରଶାସନ । ତେଣୁ ପୂଜା ମଣ୍ଡପଗୁଡିକ ଚଳିତ ବର୍ଷ ଖାଁ ଖାଁ ଦିଶୁଛି। ସେପଟେ ଏଥର ବଜାରରୁ ମୂର୍ତ୍ତି ନେଇ ଘରେ ପୂଜା କରିଛନ୍ତି ଲୋକେ।