ଧରାପଡ଼ିଲେ ମହିଳା ଲୁଟେରା ଗ୍ୟାଙ୍ଗ: ଶାଢ଼ି ଭିତରେ ଦାମୀ ସାମଗ୍ରୀ ପୂରାଇ କରୁଥିଲେ ଲୁଟ୍‌

ଭୁବନେଶ୍ୱର,୨ା୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ୮ ଜଣିଆ ମହିଳା ଲୁଟେରା ଗ୍ୟାଙ୍ଗକୁ ଧରିଛି ନୟାପଲ୍ଲୀ ଥାନା ପୋଲିସ। ଏହି ଲୁଟେରା ଗ୍ୟାଙ୍ଗ ରାଜଧାନୀର ବଡ଼ବଡ଼ ଶପିଂ ମଲ୍‌କୁ ଟାର୍ଗେଟ କରି ବିଭିନ୍ନ ଦାମୀ ସାମଗ୍ରୀ ଲୁଟୁଥିଲେ। ବେଶ ଚତୁରତାର ସହ ଶାଢ଼ି ଭିତରେ ଦାମୀ ସାମଗ୍ରୀଗୁଡ଼ିକୁ ପୂରାଇ ଏହି ମହିଳାମାନେ ଚମ୍ପଟ ମାରୁଥିଲେ। ସମସ୍ତ ମହିଳା ଲୁଟେରା ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।

Share