Categories: ଅପରାଧ

ମା’ଙ୍କ ପାଇଁ ଔଷଧ ଆଣିବାକୁ ଯାଇଥିବା ଯୁବତୀଙ୍କୁ ଗଣ ବଳାତ୍କାର

ସାରଣ, ୨୩।୭: ମା’ଙ୍କ ପାଇଁ ବଜାରରୁ ଔଷଧ ଆଣିବାକୁ ଯାଇଥିବା ଜଣେ ଯୁବତୀ ଗଣ ବଳାତ୍କାରର ଶିକାର ହୋଇଛନ୍ତି। ଏହି ସମ୍ବେଦନଶୀଳ ଘଟଣାଟି ବିହାରର ସାରଣ ଜିଲା ତରେୟା ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଘଟିଯାଇଛି। ରିପୋର୍ଟରୁ ଜଣାପଡ଼ିଛି ଯେ, ମା’ଙ୍କ ଦେହ ଅସୁସ୍ଥ ହୋଇଥିବାରୁ ଯୁବତୀଜଣଙ୍କ ବଜାରରୁ ଔଷଧ ଆଣିବାକୁ ଯାଇଥିଲେ। ଏହି ସମୟରେ ୨ଟି ମୋଟର ସାଇକେଲରେ ୪ ଜଣ ଯୁବକ ଆସି ତାଙ୍କ ପାଖରେ ପହଞ୍ଚତ୍ଥିଲେ। ଏହାପରେ ସେମାନେ ଯୁବତୀଙ୍କ ମୁହଁରେ ଗାମୁଛା ବାନ୍ଧି ତାଙ୍କୁ ଏକ ଶୂନସାନ ରାସ୍ତାରେ ଗୋଟିଏ ଇଟା ଫାକ୍ଟ୍ରି ପାଖକୁ ନେଇଯାଇଥିଲେ। ଏହି ସମୟରେ ଆଉ ଏକ ବାଇକରେ ୩ ଜଣ ଯୁବକ ସେଠାରେ ମଧ୍ୟ ଆସି ପହଞ୍ଚତ୍ଥିଲେ। ଏହାପରେ ୭ ଜଣଯାକ ଯୁବକ ଜଣଙ୍କ ପରେ ଜଣେ ଯୁବତୀଙ୍କୁ ବଳାତ୍କାର କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ମୋବାଇଲରେ ବଳାତ୍କାର ସମୟରର ଭିଡିଓକୁ ଶୁଟିଂ କରି ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ। ଏହି ଘଟଣା ପରେ ଯୁବତୀ ଜଣଙ୍କ ପରିବାର ଲୋକଙ୍କ ସହାୟତାରେ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ସେହିଭଳି ଯୁବତୀଙ୍କ ପରିବାର ଲୋକ ସ୍ଥାନୀୟ ବିଧାୟକଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି।