Categories: ଫୁରସତ

ଜାଣନ୍ତି ଦୀର୍ଘଦିନ ରହିଲେ ମଧ୍ୟ କାହିଁକି ନଷ୍ଟ ହୁଏ ନାହିଁ ଗଙ୍ଗାଜଳ

ଭାରତର ଲୋକମାନେ ବହୁତ ଧାର୍ମିକ ଅଟନ୍ତି। ବାସ୍ତବରେ ପ୍ରତ୍ୟେକ ଧର୍ମର ଲୋକମାନେ ଏହି ଦେଶରେ ବାସ କରନ୍ତି। ଏଠାରେ ମନ୍ଦିର, ମସ୍‌ଜିଦ୍‌, ଗୁରୁଦ୍ୱାର ରହିଛି। ଯଦି ଆମେ ହିନ୍ଦୁଧର୍ମ ବିଷୟରେ କହିବା ତେବେ ଏହାକୁ ସନାତନ ଧର୍ମ ମଧ୍ୟ କୁହାଯାଏ। ଏହି ଧର୍ମରେ ପ୍ରକୃତିକୁ ବହୁତ ଗୁରୁତ୍ୱ ଦିଆଯାଏ। ପୂଜାରେ ୫ଟି ଉପାଦାନକୁ ବହୁତ ଗୁରୁତ୍ୱ ଦିଆଯାଏ। ହିନ୍ଦୁଧର୍ମ ଉପାସନା ବିଷୟରେ କହିବାକୁ ଗଲେ ଗଙ୍ଗାଜଳର ବିଶେଷ ମହତ୍ତ୍ୱ ରହିଛି। ଗଙ୍ଗାଜଳ ବିନା କୌଣସି ପୂଜା ପୂରା ହୁଏ ନାହିଁ।

ଗଙ୍ଗାଜଳକୁ ଏତେ ଗୁରୁତ୍ୱ ଦେବାର ଏକ କାରଣ ବି ରହିଛି। ଯଦିଓ ଅନେକ ଲୋକ ପୁରାଣ କାହାଣୀରେ ବିଶ୍ୱାସ କରିପାରନ୍ତି ନାହିଁ, ଏହା ସତ ଯେ; ଗଙ୍ଗାନଦୀର ଜଳ କେବେ ଶୁଖେ ନାହିଁ। ଅନ୍ୟ କୌଣସି ଜଳ ସଂଗ୍ରହ କରି ଏକ ବୋତଲରେ ରଖନ୍ତୁ। ଦେଖିବେ କିଛିଦିନ ପରେ ଏହି ପାଣି ନଷ୍ଟ ହୋଇଯିବ। କିନ୍ତୁ କେବଳ ଗଙ୍ଗାନଦୀର ଜଳ, ଏପରି ଜଳ ଯାହା କେବେ ବି ନଷ୍ଟ ହୁଏ ନାହିଁ। ତେବେ ଏହି ନଦୀ ଭଗବାନଙ୍କଠାରୁ ପ୍ରାପ୍ତ ହେତୁ ଚମତ୍କାର କି? କିମ୍ବା ଏହା ପଛରେ ଆଉ କିଛି କାରଣ ରହିଛି ଜାଣନ୍ତୁ ଏ ସମ୍ପର୍କରେ…

ଯଦି ଆପଣ ଅନ୍ୟ କୌଣସି ନଦୀରୁ ପାଣି ବୋତଲରେ ଭରନ୍ତି, ତେବେ ଏହା କିଛି ସମୟ ପରେ ନଷ୍ଟ ହୋଇଯାଏ। କେବଳ ଏତିକି ନୁହେଁ, ଏହା ମଧ୍ୟ ଦୁର୍ଗନ୍ଧ ହୋଇଥାଏ। କିନ୍ତୁ ଏହିପରି ଜୀବାଣୁ ଗଙ୍ଗା ପାଣିରେ ମିଳିଥାଏ, ଯାହା ଜୀବାଣୁକୁ ବଢ଼ିବାକୁ ଦିଏ ନାହିଁ। ଯଦି ପାଣିରେ କୌଣସିି ଅପରିଷ୍କାରତା ଥାଏ ତେବେ ଏହାକୁ ଦୂର କରାଯାଇଥାଏ। ଏହି କାରଣରୁ ଗଙ୍ଗାଜଳକୁ ଯେତେ ବର୍ଷ ବୋତଲରେ ରଖାଯାଏ ନା କାହିଁକି ଏହା ଦୁର୍ଗନ୍ଧ ହୁଏ ନାହିଁ କିମ୍ବା ନଷ୍ଟ ହୁଏ ନାହିଁ।

Share